ଘରୋଇ କାର‌୍‍ ବିକ୍ରି ତ୍ୱରାନ୍ୱିତ

ନୂଆଦିଲ୍ଲୀ: କିଣାକିଣି ପାଇଁ ସେପ୍ଟେମ୍ୱର ମାସକୁ ଅଶୁଭ ବୋଲି ବିବେଚନା କରାଯାଉଥିବା ବେଳେ ଭାରତୀୟ କାର‌୍‍ କମ୍ପାନୀଙ୍କ ବିକ୍ରିରେ ଅଭିବୃଦ୍ଧି ଦେଖିବାକୁ ମିଳିଛି। ମାରୁତି ସୁଜୁକି, ହ୍ୟୁଣ୍ଡାଇ ଓ ହୋଣ୍ଡା ଭଳି ଅଗ୍ରଣୀ କମ୍ପାନୀର କାର‌୍‍ ବିକ୍ରି ତ୍ୱରାନ୍ୱିତ ହୋଇଛି। ବଜାରକୁ ନୂଆ ନୂଆ ମଡେଲ‌୍‍ ଆଣିବା ପରେ ଏମାନେ ଲାଭରେ ରହିଛନ୍ତି। ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଗକୁ କାର‌୍‍ ବିକ୍ରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ […]

suzukel

suzukel

Rakesh Mallick
  • Published: Friday, 02 October 2015
  • Updated: 02 October 2015, 03:16 PM IST

Sports

Latest News

ନୂଆଦିଲ୍ଲୀ: କିଣାକିଣି ପାଇଁ ସେପ୍ଟେମ୍ୱର ମାସକୁ ଅଶୁଭ ବୋଲି ବିବେଚନା କରାଯାଉଥିବା ବେଳେ ଭାରତୀୟ କାର‌୍‍ କମ୍ପାନୀଙ୍କ ବିକ୍ରିରେ ଅଭିବୃଦ୍ଧି ଦେଖିବାକୁ ମିଳିଛି। ମାରୁତି ସୁଜୁକି, ହ୍ୟୁଣ୍ଡାଇ ଓ ହୋଣ୍ଡା ଭଳି ଅଗ୍ରଣୀ କମ୍ପାନୀର କାର‌୍‍ ବିକ୍ରି ତ୍ୱରାନ୍ୱିତ ହୋଇଛି। ବଜାରକୁ ନୂଆ ନୂଆ ମଡେଲ‌୍‍ ଆଣିବା ପରେ ଏମାନେ ଲାଭରେ ରହିଛନ୍ତି। ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଗକୁ କାର‌୍‍ ବିକ୍ରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ସପ୍ତାହରେ ସୁଧହାର ୫୦ ବେସିସ‌୍‍ ପଏଣ୍ଟ କମାଇବା ପରେ ପାଖାପାଖି ୧୦ଟି ବ୍ୟାଙ୍କ ସେମାନଙ୍କ ଋଣର ସୁଧହାର କମାଇଛନ୍ତି। ଏହାଦ୍ୱାରା ଗ୍ରାହକମାନେ କମ‌୍‍ ସୁଧ ହାରରେ କାର‌୍ କ୍ରୟ କରିପାରିବେ । ଯାହା କି କମ୍ପାନୀଗୁଡ଼ିକର ବିକ୍ରି ବୃଦ୍ଧିରେ ସହାୟକ ହୋଇପାରିବ।

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ସେପ୍ଟେମ୍ୱରରେ ୪୨,୫୦୫ ୟୁନିଟ‌୍‍ ବିକ୍ରି କରି ଗତବର୍ଷ ସେପ୍ଟେମ୍ୱର ମାସର ୩୫,୦୪୧ ୟୁନିଟ‌୍‍ ତୁଳନାରେ ୨୧.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ହୋଣ୍ଡା କାର୍ସ ଇଣ୍ଡିଆ ବିକ୍ରି ୨୩ପ୍ରତିଶତ ବଢ଼ି ୧୮,୫୦୯ ୟୁନିଟ‌୍‍ ହୋଇଛି, ଯାହା କି ପୂର୍ବବର୍ଷ ସମାନ ମାସରେ ୧୫,୦୧୫ ୟୁନିଟ‌୍‍ ରହିଥିଲା।

ମାରୁତି ସୁଜୁକି ବାର୍ଷିକ ବିକ୍ରି ଅଭିବୃଦ୍ଧି ୬.୮ପ୍ରତିଶତ ହୋଇଥିବା ବେଳେ ସେପ୍ଟେମ୍ୱର ମାସରେ କମ୍ପାନୀ ୧,୦୬,୦୮୩ ୟୁନିଟ‌୍‍ ବିକ୍ରି କରିଥିବା ରିପୋର୍ଟ ଦେଇଛି। ମହିନ୍ଦ୍ରା ଆଣ୍ଡ‌୍‍ ମହିନ୍ଦ୍ରାର ଘରୋଇ ବିକ୍ରି ୬ ପ୍ରତିଶତ କମି ୩୯,୬୯୩ ୟୁନିଟ‌୍‍ ହୋଇଛି, ଯାହା କି ଗତବର୍ଷ ସେପ୍ଟେମ୍ୱର ମାସରେ ୪୨,୪୦୮ ୟୁନିଟ‌୍‍ ରହିଥିଲା। ଟାଟା ମୋଟର୍ସ କାର‌୍‍ ବିକ୍ରି ୫ ପ୍ରତିଶତ ବଢ଼ି ୧୦,୨୨୬ ୟୁନିଟ‌୍‍ ହୋଇଥିବା ବେଳେ ଗତବର୍ଷ ସେପ୍ଟେମ୍ୱରରେ ୯,୭୬୬ ୟୁନିଟ‌୍‍ ରହିଥିଲା। ଫୋର୍ଡ ଇଣ୍ଡିଆର ଘରୋଇ ବିକ୍ରି ୨୨ପ୍ରତିଶତ ବଢ଼ି ୮,୨୭୪ ୟୁନିଟରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story