ନୂଆଦିଲ୍ଲୀ: ଟେଲିକମ୍ ରେଗୁଲେଟାରୀ ଅଥରିଟି ଅଫ୍ ଇଣ୍ଡିଆ ଟ୍ରାଇ ପକ୍ଷରୁ ନୂଆ ନିୟମ କରାଯାଇଛି। ଏଣିକି ମୋବାଇଲ୍ କଲ୍ ସେବା ଯୋଗାଉ ଥିବା କମ୍ପାନୀକୁ ଗୋଟିଏ କଲ୍ ଡ୍ରପ୍ ପିଛା ଉପଭୋକ୍ତାଙ୍କୁ ୧ଟଙ୍କ। ଲେଖାଁଏ ଜରିମାନା ଦେବାକୁ ପଡିବ। ଗୋଟିଏ ଦିନରେ ସର୍ବାଧିକ ୩ଟି କଲ୍ ଡ୍ରପ ପାଇଁ ନେଟୱର୍କ ଅପରେଟରଙ୍କୁ ଫ।ଇନ ଦେବାକୁ ପଡିବ। ଆସନ୍ତା ଜାନୁୟାରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବ। ସିଧାସଳଖ ଏହି ଜରିମାନା ଟଙ୍କ। ପ୍ରିପେଡ କଷ୍ଟମରଙ୍କର ଆକାଉଣ୍ଟରେ ଜମା ହୋଇଯିବ। ତେବେ ପୋଷ୍ଟପେଡ୍ ଉପଭୋକ୍ତାଙ୍କ ପାଇଁ ତାଙ୍କର ପରବର୍ତ୍ତୀ ବିଲରେ ଏହି ଜମାଟଙ୍କ। ନେଇ ସୂଚନା ଦିଆଯିବ। କଲ୍ ଡ୍ରପର ୪ ଘଣ୍ଟା ମଧ୍ୟରେ ଏହି ଟଙ୍କ। ଜମାହେବ। ଏଥିସହ ନେଟୱର୍କ ଅପରେଟର ସେମାନଙ୍କ ନେଟୱର୍କର କ୍ଷମତା ନେଇ ପର୍ଯ୍ୟାୟ କ୍ରମେ ଟ୍ରାଇକୁ ଅବଗତ କରାଇବେ। ଅନେକ ଦିନ ହେଲା ଉପଭୋକ୍ତା ବିଭିନ୍ନ ଟେଲିକମ କମ୍ପାନୀର ବାରମ୍ୱାର କଲ ଡ୍ରପ୍ ନେଇ ଅଭିଯୋଗ ଉଠାଇ ଆସୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।