ଜିଏସ୍‌ଟି ହାର ୫ରୁ ୨୮ ପ୍ରତିଶତ ମଧ୍ୟରେ ରହିବ

ନୂଆଦିଲ୍ଲୀ: ଜିଏସ୍‌ଟି ରେଟ୍‌କୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଜିଏସ୍‌ଟି ହାର ୫ରୁ ୨୮ ପ୍ରତିଶତ ମଧ୍ୟରେ ରହିବ ବୋଲି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସାମଗ୍ରୀ ପାଇଁ ଯଥାକ୍ରମେ ୫, ୧୨, ୧୮ ଓ ୨୮ ପ୍ରତିଶତ ଦର ରହିବ। ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଜିଏସ୍‌ଟି ହାର ସର୍ବାଧିକ ୨୮ ପ୍ରତିଶତ ରହିବ। ଗୁଟଖା […]

arun-jaitley

arun-jaitley

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 09:59 PM IST

Sports

Latest News

ନୂଆଦିଲ୍ଲୀ: ଜିଏସ୍‌ଟି ରେଟ୍‌କୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଜିଏସ୍‌ଟି ହାର ୫ରୁ ୨୮ ପ୍ରତିଶତ ମଧ୍ୟରେ ରହିବ ବୋଲି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସାମଗ୍ରୀ ପାଇଁ ଯଥାକ୍ରମେ ୫, ୧୨, ୧୮ ଓ ୨୮ ପ୍ରତିଶତ ଦର ରହିବ।

ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଜିଏସ୍‌ଟି ହାର ସର୍ବାଧିକ ୨୮ ପ୍ରତିଶତ ରହିବ। ଗୁଟଖା ଉପରେ ଜିଏସ୍‌ଟି ହାର ସେସ୍‌ ଅନୁଯାୟୀ ନିର୍ଦ୍ଧାରଣ କରାଯିବ। ତେବେ ସର୍ଭିସ ଟ୍ୟାକ୍ସ ୧୫ରୁ ୧୮ ପ୍ରତିଶତକୁ ବୃଦ୍ଧି ପାଇବ। ଖାଦ୍ୟ ସାମଗ୍ରୀ ଉପରେ କୌଣସି ଟ୍ୟାକ୍ସ ଲାଗୁ କରାଯିବ ନାହିଁ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି।

ବିରୋଧୀଙ୍କ ଦାବି ମୁତାବକ ଜିଏସ୍‌ଟିର ହାରାହାରି ହାର ୧୮ ପ୍ରତିଶତରୁ କମ୍‌ ହେବ ବୋଲି ଜେଟଲୀ କହିଛନ୍ତି।

ଏପ୍ରିଲ ପହିଲାରୁ ଜିଏସ୍‌ଟି ଲାଗୁ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ପାର୍ଲାମେଣ୍ଟର ଆଗାମୀ ଶୀତ ଅଧିବେଶନରେ ଏହି ବିଲ୍‌ ପାସ୍‌ ହେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos