ନୂଆଦିଲ୍ଲୀ/ମୁମ୍ବାଇ: ଆଇଡିବିଆଇ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ପୁଣି ସମନ ଜାରି କରିଛନ୍ତି। ଏହି ମାମଲାରେ ଏହା ହେଉଛି ଇଡିର ତୃତୀୟ ସମନ। ଏପ୍ରିଲ୍ ୯ ତାରିଖରେ ମୁମ୍ବାଇରେ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବା ପାଇଁ ମାଲ୍ୟାଙ୍କୁ ସଦ୍ୟ ସମନରେ ଇଡି ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ, ମାଲ୍ୟା ଆଇଡିବିଆଇରୁ ୯୦୦ କୋଟିରୁ ଅଧିକ ଟଙ୍କା ଋଣ ନେଇ ପରିଶୋଧ କରି ନ ଥିବା ଅଭିଯୋଗ ହୋଇଛି।
ଏହାକୁ ଇଡିର ଶେଷ ସମନ୍ ବୋଲି ମଧ୍ୟ କୁହାଯାଉଛି। ଏହା ପରେ ଇଡି ଅନ୍ୟ ପ୍ରକାରର କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଗତକାଲି ମାଲ୍ୟା ମେ’ ପର୍ଯ୍ୟନ୍ତ ସମୟ ମାଗିଥିଲେ। ବର୍ତ୍ତମାନ ଭାରତ ଯିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ।
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୬,୯୦୩ କୋଟି ଋଣ ଟଙ୍କାରୁ ୪୦୦୦ କୋଟି ଜମା କରିବାକୁ ମାଲ୍ୟା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଗତ ମାର୍ଚ୍ଚ ୩୦ ତାରିଖରେ କୋର୍ଟଙ୍କୁ ଏହି ପ୍ରସ୍ତାବ ଦେଇଥିଲେ।
ମାର୍ଚ୍ଚ ୨ରେ ମାଲ୍ୟା ଭାରତ ଛାଡ଼ି ପଳାଇଥିଲେ। ସେ ଏବେ ଇଂଲଣ୍ଡରେ ରହୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।