ମାସିକ ୭୦ ହଜାର ଟଙ୍କା ରୋଜଗାର କରିପାରିବେ, ଏମିତି ଆରମ୍ଭ କରନ୍ତୁ ବିଜ୍‌ନେସ୍

ନୂଆଦିଲ୍ଲୀ: କଥାରେ ଅଛି ସହର କିମ୍ୱା ଜନଗହଳି ଥିବା ସ୍ଥାନରେ ଯାହାର ଜାଗା କିମ୍ୱା ଘର ଖଣ୍ଡିଏ ଅଛି, ତାର ଆଉ କିଛି ଅଭାବ ନାହିଁ। ଯଦି ଆପଣଙ୍କ ପାଖରେ ବି ଘର ବ୍ୟବହାର ନହୋଇ ପଡ଼ି ରହିଛି, ତା’ହେଲେ ଆପଣ ଭଲ ରୋଜଗାର କରିପାରିବେ। ଯଦି ଜାଗା ଅଛି ତାହେଲେ ଘର ନିର୍ମାଣ କରି ନିମ୍ନରେ ଦିଆଯାଇଥିବା ବିଜ୍‌ନେସ୍‌ ମଡେଲକୁ ଅନୁସରଣ କରି ଭଲ ଦି’ ପଇସା ରୋଜଗାର କରିପାରିବେ। ନିଜ ଘରୁ ଅଧିକ ଟଙ୍କା […]

RUPEES

RUPEES

Subhransu Sekhar
  • Published: Wednesday, 26 June 2019
  • Updated: 26 June 2019, 10:15 AM IST
ନୂଆଦିଲ୍ଲୀ: କଥାରେ ଅଛି ସହର କିମ୍ୱା ଜନଗହଳି ଥିବା ସ୍ଥାନରେ ଯାହାର ଜାଗା କିମ୍ୱା ଘର ଖଣ୍ଡିଏ ଅଛି, ତାର ଆଉ କିଛି ଅଭାବ ନାହିଁ। ଯଦି ଆପଣଙ୍କ ପାଖରେ ବି ଘର ବ୍ୟବହାର ନହୋଇ ପଡ଼ି ରହିଛି, ତା’ହେଲେ ଆପଣ ଭଲ ରୋଜଗାର କରିପାରିବେ। ଯଦି ଜାଗା ଅଛି ତାହେଲେ ଘର ନିର୍ମାଣ କରି ନିମ୍ନରେ ଦିଆଯାଇଥିବା ବିଜ୍‌ନେସ୍‌ ମଡେଲକୁ ଅନୁସରଣ କରି ଭଲ ଦି' ପଇସା ରୋଜଗାର କରିପାରିବେ।
ନିଜ ଘରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କୁ ହୋଟେଲ୍ ରୁମ୍ ବୁକିଂ ଓ୍ୱେବ୍ ସାଇଟରେ ଘରର ଠିକଣାକୁ ଯୋଡ଼ିବାକୁ ପଡ଼ିବ। ଏହାପରେ ଆପଣ ଘରକୁ ଭଡ଼ାରେ ଦେଇପାରିବେ। ଏୟାରବିଏନବି, ଗୋଇବିବୋ, ଟ୍ରିପ ଏଡଭାଇଜର, ହୋମଷ୍ଟେ ଡଟ୍ କମ୍, ବୁକିଂ ଡଟ୍ କମ୍, ଓୟୋ ଆଦି ଓ୍ୱେବସାଇଟ୍‌ ଆପଣଙ୍କ ଖାଲି ଥିବା ଘରକୁ ଭଡ଼ାରେ ନେଇପାରନ୍ତି।

ଦକ୍ଷିଣ ଦିଲ୍ଲୀ ନିବାସୀ ଅମିତ ନିଜ ଆପାର୍ଟମେଣ୍ଟକୁ ଏୟରବିଏନବିକୁ ଭଡ଼ାରେ ଦେଇଛନ୍ତି। ରାତି ପିଛା ଏହି ଆପାର୍ଟମେଣ୍ଟ ପାଇଁ ଏୟନବିଏନବି ତାଙ୍କୁ ୩ ହଜାର ଟଙ୍କା ଦେଉଛି ବୋଲି ସେ କହିଛନ୍ତି। ଗତବର୍ଷ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ପ୍ରତିମାସରେ ୧୫ରୁ ୨୫ ହଜାର ଟଙ୍କା ଅମିତ ରୋଜଗାର କରିଥିଲେ ବୋଲି କହିଛନ୍ତି। ସେହିପରି ନଭେମ୍ୱରରୁ ଫେବୃଆରୀ ମଧ୍ୟରେ ୫୦ରୁ ୭୫ ହଜାର ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି।
ସେହିପରି ରାଜସ୍ଥାନ ଜୟପୁର ନିବାସୀ ନେହା କହିଛନ୍ତି ଯେ, ସେ ତାଙ୍କ ଘରକୁ ଏଡଭାଇଜର, ବୁକି ଡଟ୍ କମ୍ ଓ ଗୋଇବିବୋ ସହ ଯୋଡ଼ିଛନ୍ତି। ପ୍ରତ୍ୟେକ ବେଡ୍ ରୁମ୍‌ ପାଇଁ ଦିନ ପିଛା ୧୬ ଶହ ଟଙ୍କା ଏବଂ ଗାର୍ଡେନ ସହିତ ବେଡ୍ ରୁମ୍‌ ନେଲେ ଦିନ ପିଛା ସେ ୨୫ ଶହ ଟଙ୍କା  ରୋଜଗାର କରୁଥିବା କହିଛନ୍ତି। ଗତ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ   ୬୦ରୁ ୮୦ ହଜାର ଟଙ୍କା ରୋଜଗାର କରିଥିବା କହିଛନ୍ତି।
ସୂଚନାଯୋଗ୍ୟ, ଆପଣଙ୍କ ଘରକୁ ବିଭିନ୍ନ ଅନ୍ ଲାଇନ୍ ସଂସ୍ଥା ସହ ଯୋଡ଼ିଲେ ଆପଣଙ୍କଠାରୁ ପ୍ରତିମାସରେ ନହେଲେ ତିନିମାସକୁ ଥରେ ସେମାନେ କମିଶନ ପାଇପାରିବେ। ସାଧାରଣତଃ ଘରର ଠିକଣା ଅନୁସାରେ ଦର ନିର୍ଦ୍ଧାରଣ ହୋଇଥାଏ। ସାଧାରଣତଃ ପର୍ଯ୍ୟଟନ ସ୍ଥଳୀ, ବିମାନ ବନ୍ଦର, ରେଲଓ୍ୱ ଷ୍ଟେଶନ, ବସ୍‌ଷ୍ଟାଣ୍ଡ ଓ ହସ୍ପିଟାଲ ଭଳି ପ୍ରମୁଖ ସ୍ଥାନରେ ଥିବା ଘର ଗୁଡ଼ିକ ଅଧିକ ଭଡ଼ା ପାଇ ଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos