ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସ ସ୍ଲାବ୍ ଅପରିବର୍ତ୍ତିତ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ୱାରା ଲୋକସଭାରେ ଆଜି ଉପସ୍ଥାପିତ ହୋଇଥିବା ୨୦୧୬-୧୭ ଆର୍ଥିକ ବର୍ଷ ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସ ସ୍ଲାବ୍ ଅପରିବର୍ତ୍ତିତ ରହିଛି। ତେବେ ୫ ଲକ୍ଷରୁ କମ୍‌ ଆୟକାରୀଙ୍କ ପାଇଁ ବାର୍ଷିକ ଆଉ ୩ ହଜାର ଟଙ୍କାର ଟ୍ୟାକ୍ସ ରିବେଟ୍ ଏହି ବଜେଟ୍‌ରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଆଗତ ହୋଇଥିବା ବଜେଟରେ ଆୟକର ସ୍ଲାବରେ ହାତ ମାରିନାହାନ୍ତି ଅର୍ଥମନ୍ତ୍ରୀ ଜେଟଲୀ। ତେବେ ସ୍ୱଳ୍ପ କରଦାତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ରାୟାସ […]

Income-Tax-Highway-Sign-Image-960x645

Income-Tax-Highway-Sign-Image-960x645

Rakesh Mallick
  • Published: Monday, 29 February 2016
  • Updated: 29 February 2016, 05:00 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ୱାରା ଲୋକସଭାରେ ଆଜି ଉପସ୍ଥାପିତ ହୋଇଥିବା ୨୦୧୬-୧୭ ଆର୍ଥିକ ବର୍ଷ ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସ ସ୍ଲାବ୍ ଅପରିବର୍ତ୍ତିତ ରହିଛି। ତେବେ ୫ ଲକ୍ଷରୁ କମ୍‌ ଆୟକାରୀଙ୍କ ପାଇଁ ବାର୍ଷିକ ଆଉ ୩ ହଜାର ଟଙ୍କାର ଟ୍ୟାକ୍ସ ରିବେଟ୍ ଏହି ବଜେଟ୍‌ରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

ଆଗତ ହୋଇଥିବା ବଜେଟରେ ଆୟକର ସ୍ଲାବରେ ହାତ ମାରିନାହାନ୍ତି ଅର୍ଥମନ୍ତ୍ରୀ ଜେଟଲୀ। ତେବେ ସ୍ୱଳ୍ପ କରଦାତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ରାୟାସ କରିଛନ୍ତି। ପୂର୍ବରୁ ଆୟକର ଉପରେ ବାର୍ଷିକ ୨ ହଜାର ଟଙ୍କାର ଛାଡ ମିଳୁଥିବା ବେଳେ ଜେଟ୍‌ଲୀ ଏହାକୁ ୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଯେଉଁମାନଙ୍କର ବାର୍ଷିକ ଆୟ ୫ ଲକ୍ଷରୁ କମ୍‌ ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଏହାଦ୍ୱାରା ୨ କୋଟିରୁ ଅଧିକ କରଦାତା ଉପକୃତ ହେବେ। ଏବେ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଆୟକର ଦେବାକୁ ପଡୁନାହିଁ। ସେହିପରି ୨ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ, ୫ ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଓ ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଦେବାକୁ ପଡୁଛି।

ଯେଉଁ କରଦାତାଙ୍କର ନିଜର ଘର ନାହିଁ ଏବଂ ନିଯୁକ୍ତିଦାତାଙ୍କଠାରୁ ଘରଭଡା ବାବଦ ଭତ୍ତା ପାଉନାହାନ୍ତି ସେମାନଙ୍କ ପାଇଁ ଜେଟ୍‌ଲୀ ବାର୍ଷିକ ୬୦ ହଜାର ଟଙ୍କାର ରିହାତି ଘୋଷଣା କରିଛନ୍ତି। ପୂର୍ବରୁ ଏହା ୨୪ ହଜାର ଟଙ୍କା ଥିଲା। ସେହିପରି ପ୍ରଥମ ଥର ଘର କିଣୁଥିବା ଲୋକଙ୍କୁ ସୁଧ ଉପରେ ଅତିରିକ୍ତ ୫୦ ହଜାର ଟଙ୍କା ଛାଡ ପାଇଁ ଜେଟ୍‌ଲୀ ଘୋଷଣା କରିଛନ୍ତି। ତେବେ ଲୋନ୍ ପରିମାଣ ୩୫ ଲକ୍ଷ ପର୍ଯ୍ୟନ୍ତ ହେବ। ତା’ସହିତ ଘରର ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ନାହିଁ। ଅନ୍ୟପକ୍ଷରେ ବାର୍ଷିକ ୧ କୋଟିରୁ ଅଧିକ ଆୟ କରୁଥିବା ଅର୍ଥାତ୍‌ ଲୋକଙ୍କ ପାଇଁ ସରଚାର୍ଜ ୧୨ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଜେଟଲୀ ନୂଆ ଇପିଏଫ୍ ସ୍କିମ୍‌ ଆରମ୍ଭ କରିଛନ୍ତି। କର୍ମଚାରୀଙ୍କ ପାଇଁ ପ୍ରଥମ ତିନିବର୍ଷ ଲାଗି ଏଣିକି ଇପିଏଫ୍ ରାଶି ଦେବେ ସରକାର। ଦେବାକୁ ଘରୋଇ କମ୍ପାନୀମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଜେଟ୍‌ଲୀ ଏହି ପଦକ୍ଷେପ ନେଇଛନ୍ତି। ମାସିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଏଥିପାଇଁ ବଜେଟ୍‌ରେ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story