ନୂଆଦିଲ୍ଲୀ: ସୋମବାର ଭାରତ ଓ ଜର୍ମାନୀ ମଧ୍ୟରେ ୧୮ଟଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଭାରତର ଅର୍ଥନୀତି କ୍ଷେତ୍ରରେ ବିକାଶ ପାଇଁ ଜାର୍ମାନୀ ସହଯୋଗର ହାତ ବଢାଇଛି। ମୁଖ୍ୟତଃ ଭାରତର ପ୍ରତିରକ୍ଷା କ୍ଷେତ୍ରର ମାନୁଫେକ୍ସରିଂ, ଟ୍ରେଡ, ଇଣ୍ଟେଲିଜେନ୍ସି ଓ କ୍ଲିନ ଏନର୍ଜିକୁ ସୁଦୂର ପ୍ରସାରୀ କରିବାକୁ ଜର୍ମାନୀ ଏଓୟୁ ସ୍ୱାକ୍ଷର କରିଛି । ଏହାସହ ଜର୍ମାନୀ କମ୍ପାନୀଗୁଡିକ ଭାରତୀୟ ବଜାର ପ୍ରବେଶ ଲାଗି ମଧ୍ୟ ଏମଓୟୁ ହୋଇଛି ।
ଭାରତଗସ୍ତରେ ଆସିଥିବା ଜାର୍ମନୀ ଚାନସେଲର ଆଞ୍ଜେଲା ମାର୍କେଲ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମଓୟୁ ସ୍ୱାକ୍ଷର ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହା ଉଭୟ ଦେଶର ବିକାଶ ପାଇଁ ମହତ୍ୱପୂର୍ଣ୍ଣ ବୋଲି ଜର୍ମାନୀ ଚାନସେଲର ଆଞ୍ଜେଲା ମାର୍କେଲ କହିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହାଦ୍ୱାରା ରାଜନୈତିକ, ଅର୍ଥନୈତିକ ଓ ବାଣିଜ୍ୟିକ ବିକାଶ ହେବ ।
ଏହି ଦୁଇରାଷ୍ଟ୍ରର ସହମତିରେ ଜର୍ମାନୀ କେନ୍ଦ୍ରୀୟ ବିଦ୍ୟାଳୟରେ ତୃତୀୟ ଭାଷା ଭାବେ ସଂସ୍କୃତକୁ ଗ୍ରହଣ କରିବାକୁ ଚୁକ୍ତି ହୋଇଛି । ଏହାସହ ଭାରତରେ ବ୍ୟବସାୟ କରିବାକୁ ଜର୍ମାନୀ କମ୍ପାନୀଗୁଡିକ ପାଇଁ ଫାଷ୍ଟ ଟ୍ରାକ୍ ସିଷ୍ଟମ ବ୍ୟବହାର କରିବାକୁ ଦୁଇ ଦେଶ ଚୁକ୍ତିବଦ୍ଧ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।