ଧନଶାଳୀ ରାଷ୍ଟ୍ର ତାଲିକାର ୭ମ ସ୍ଥାନରେ ଭାରତ

ନୂଆଦିଲ୍ଲୀ:ପୃଥିବୀର ଧନଶାଳୀ ୧୦ଟି ରାଷ୍ଟ୍ର ତାଲିକାରେ ୭ମ ସ୍ଥାନ ଅଧିକାର କରିଛି ଭାରତ। ଯୁକ୍ତରାଷ୍ଟ୍ର ଆମେରିକା ୪୮,୯୦୦ ବିଲିୟନ ଆମେରିକୀୟ ଡଲାର ସହ ଶ୍ରେଷ୍ଠ ସ୍ଥାନରେ ଥିବା ବେଳେ ଭାରତ ୫,୬୦୦ ବିଲିୟନ ଆମେରିକୀୟ ଡଲାର ସହ ସପ୍ତମ ସ୍ଥାନ ଅଧିକାର କରିଛି। ଚୀନ୍‌ ୧୭,୯୦୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ଓ ଜାପାନ ୧୫,୧୦୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛି। ସେହିପରି ବ୍ରିଟେନ୍‌ ୯,୨୦୦ ବିଲିୟନ […]

india

india

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 11:33 PM IST

Sports

Latest News

ନୂଆଦିଲ୍ଲୀ:ପୃଥିବୀର ଧନଶାଳୀ ୧୦ଟି ରାଷ୍ଟ୍ର ତାଲିକାରେ ୭ମ ସ୍ଥାନ ଅଧିକାର କରିଛି ଭାରତ। ଯୁକ୍ତରାଷ୍ଟ୍ର ଆମେରିକା ୪୮,୯୦୦ ବିଲିୟନ ଆମେରିକୀୟ ଡଲାର ସହ ଶ୍ରେଷ୍ଠ ସ୍ଥାନରେ ଥିବା ବେଳେ ଭାରତ ୫,୬୦୦ ବିଲିୟନ ଆମେରିକୀୟ ଡଲାର ସହ ସପ୍ତମ ସ୍ଥାନ ଅଧିକାର କରିଛି।

ଚୀନ୍‌ ୧୭,୯୦୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ଓ ଜାପାନ ୧୫,୧୦୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛି। ସେହିପରି ବ୍ରିଟେନ୍‌ ୯,୨୦୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ସହ ଚତୁର୍ଥ ସ୍ଥାନରେ, ଜର୍ମାନୀ ୯,୧୦୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ଓ ଫ୍ରାନ୍ସ ୬,୬୦୦ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତି ସହ ଷଷ୍ଠ ସ୍ଥାନରେ ରହିଛି।

ନ୍ୟୁ ୱାର୍ଲ୍ଡ ୱେଲ୍‌ଥର ରିପୋର୍ଟ ମୁତାବକ ଅଷ୍ଟମ ସ୍ଥାନରେ ଥିବା କାନାଡା(୪,୭୦୦ ବିଲିୟନ ଆମେରିକୀୟ ଡଲାର), ନବମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ (୪,୫୦୦ ବିଲିୟନ ଆମେରିକୀୟ ଡଲାର) ଓ ୧୦ମ ସ୍ଥାନରେ ଥିବା ଇଟାଲୀ (୪,୪୦୦ ବିଲିୟନ ଆମେରିକୀୟ ଡଲାର)କୁ ପଛରେ ପକାଇ ଭାରତ ଏହି ସ୍ଥାନ ଅଧିକାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos