ନୂଆବର୍ଷରେ ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ୍

ନୂଆଦିଲ୍ଲୀ: ନୂଆବର୍ଷରେ ଏଲପିଜି ସିଲିଣ୍ଡରର ଦାମ ବଢ଼ିଛି। ତୈଳ କମ୍ପାନୀ ଘରୋଇ ସିଲିଣ୍ଡରର ଦାମ ବଢ଼ାଇ ନାହାନ୍ତି ବରଂ କମର୍ସିଆଲ ଗ୍ୟାସର ଦାମ ବଢ଼ାଇଛନ୍ତି। ଇଣ୍ଡିଆନ୍ ଅଏଲ କମ୍ପାନୀର ରିପୋର୍ଟ ଅନୁଯାୟୀ ଜାନୁଆରୀ ୧ରୁ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ ୧୭ ଟଙ୍କା ବଢ଼ିଛି। ଦାମ ବଢ଼ିବା ପରେ ଦଲ୍ଲୀରେ ଏହାର ଦାମ ୧୩୪୯ ଟଙ୍କା ହୋଇଛି। ଏହା ପୂର୍ବରୁ ୧୩୩୨ ଟଙ୍କା ଥିଲା। କୋଲକାତାରେ ଏହି ସିଲିଣ୍ଡରର ଦାମ ୧୪୧୦ ଟଙ୍କା,ଚେନ୍ନାଇରେ ୧୪୬୩.୫୦ ପଇସା […]

LPG-CYLINDER

LPG-CYLINDER

Subhransu Sekhar
  • Published: Friday, 01 January 2021
  • Updated: 01 January 2021, 07:50 PM IST

Sports

Latest News

ନୂଆଦିଲ୍ଲୀ: ନୂଆବର୍ଷରେ ଏଲପିଜି ସିଲିଣ୍ଡରର ଦାମ ବଢ଼ିଛି। ତୈଳ କମ୍ପାନୀ ଘରୋଇ ସିଲିଣ୍ଡରର ଦାମ ବଢ଼ାଇ ନାହାନ୍ତି ବରଂ କମର୍ସିଆଲ ଗ୍ୟାସର ଦାମ ବଢ଼ାଇଛନ୍ତି। ଇଣ୍ଡିଆନ୍ ଅଏଲ କମ୍ପାନୀର ରିପୋର୍ଟ ଅନୁଯାୟୀ ଜାନୁଆରୀ ୧ରୁ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ ୧୭ ଟଙ୍କା ବଢ଼ିଛି। ଦାମ ବଢ଼ିବା ପରେ ଦଲ୍ଲୀରେ ଏହାର ଦାମ ୧୩୪୯ ଟଙ୍କା ହୋଇଛି। ଏହା ପୂର୍ବରୁ ୧୩୩୨ ଟଙ୍କା ଥିଲା।

କୋଲକାତାରେ ଏହି ସିଲିଣ୍ଡରର ଦାମ ୧୪୧୦ ଟଙ୍କା,ଚେନ୍ନାଇରେ ୧୪୬୩.୫୦ ପଇସା ଏବଂ ମୁମ୍ୱାଇରେ ୧୨୯୭.୫୦ ପଇସା ରହିଛି। କମର୍ସିଆଲ ଗ୍ୟାସର ଦାମ ଭିନ୍ନ ଭିନ୍ନ ରହିବାର କାରଣ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଟିକସ ବ୍ୟବସ୍ଥା ଭିନ୍ନ ଭିନ୍ନ ରହିଛି।

ପାଖାପାଖି ମାସକ ମଧ୍ୟରେ କମର୍ସିଆଲ୍ ଗ୍ୟାସର ଦାମ ୩୬.୫୦ ପଇସା ବଢ଼ିଛି। ସେହିପରି ଘରୋଇ ରୋଷେଇ ଗ୍ୟାସର ଦାମ ମାସକ ମଧ୍ୟରେ ୧୦୦ ଟଙ୍କା ବଢ଼ିଛି। ଦିଲ୍ଲୀରେ ଘରୋଇ ସିଲିଣ୍ଡରର ଦାମ ୬୯୪ ଟଙ୍କା (୧୪.୨ କିଲୋ) ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos