ମହଙ୍ଗା ହେଲା କାର ଓ ସୁନା, ମୋବାଇଲ୍ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଲୋକସଭାରେ ସୋମବାର ଆଗତ ହୋଇଛି ୨୦୧୬-୧୭ ଆର୍ଥିକ ବର୍ଷର ବଜେଟ୍। ଏଥିରେ ସରକାର କୃଷି ଓ ଗମନାଗମନକୁ ଗୁରୁତ୍ୱ ଦେଇଥିବା ବେଳେ କାର୍, ସୁନା, ହୀରା ଓ ସିଗାରେଟ୍ ଭଳି ସାମଗ୍ରୀର ଦର ବଢ଼ାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ଛୋଟ,ବଡ଼ ସବୁ କାର୍‌ ମହଙ୍ଗା ହୋଇଛି। ଏସ୍‌ୟୁଭି ଉପରେ ୪ ପ୍ରତିଶତ ଓ ଡିଜେଲ୍ ଗାଡ଼ି ଉପରେ ୨.୫ ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ ଲାଗୁ ହୋଇଛି।୧୦ ଲକ୍ଷରୁ ଅଧିକ ଟଙ୍କାର ଗାଡ଼ି ଉପରେ ୧ ପ୍ରତିଶତ […]

cars

cars

Rakesh Mallick
  • Published: Monday, 29 February 2016
  • Updated: 29 February 2016, 02:36 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ସୋମବାର ଆଗତ ହୋଇଛି ୨୦୧୬-୧୭ ଆର୍ଥିକ ବର୍ଷର ବଜେଟ୍। ଏଥିରେ ସରକାର କୃଷି ଓ ଗମନାଗମନକୁ ଗୁରୁତ୍ୱ ଦେଇଥିବା ବେଳେ କାର୍, ସୁନା, ହୀରା ଓ ସିଗାରେଟ୍ ଭଳି ସାମଗ୍ରୀର ଦର ବଢ଼ାଇବା ନେଇ ନିଷ୍ପତ୍ତି ନେଇଛନ୍ତି।

ଛୋଟ,ବଡ଼ ସବୁ କାର୍‌ ମହଙ୍ଗା ହୋଇଛି। ଏସ୍‌ୟୁଭି ଉପରେ ୪ ପ୍ରତିଶତ ଓ ଡିଜେଲ୍ ଗାଡ଼ି ଉପରେ ୨.୫ ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ ଲାଗୁ ହୋଇଛି।୧୦ ଲକ୍ଷରୁ ଅଧିକ ଟଙ୍କାର ଗାଡ଼ି ଉପରେ ୧ ପ୍ରତିଶତ ଲକ୍ଜରି ଟିକସ ଲାଗୁ ହେବ। ଛୋଟ କାର ଉପରେ ୧ ପ୍ରତିଶତ ଇନ୍‌ଫ୍ରା ସେସ୍ ଲାଗୁ କରାଯିବ। ଏଲ୍‌ପିଜି, ସିଏନ୍‌ଜି ଓ ଅନ୍ୟ ଇନ୍ଧନ ଚାଳିତ କାର ଉପରେ ୧ ପ୍ରତିଶତ ସେସ୍ ଲାଗୁ ହେବ।

କାର୍ ଭଳି ସୁନା ଓ ହୀରା ଆଦି ଗହଣା ମଧ୍ୟ ମହଙ୍ଗା ହୋଇଛନ୍ତି। ତେବେ ରୁପା ଦର ଅପରିବର୍ତ୍ତିତ ରହିଛି।

ସେହିପରି ବିଡ଼ିକୁ ଛାଡ଼ି ଦେଲେ ସମସ୍ତ ପ୍ରକାର ତମାଖୁ ଜାତୀୟ ଦ୍ରବ୍ୟର ଦର ବଢ଼ିଛି। ତମାଖୁ ଉପରେ ୧୦ ରୁ ୧୫ ପ୍ରତିଶତ ଶୁଳ୍କ ବୃଦ୍ଧି ଯୋଗୁଁ ସିଗାରେଟ୍ ଓ ପାନ ମସଲା ସମେତ ଅନ୍ୟାନ୍ୟ ତମାଖୁଜାତ ସାମଗ୍ରୀ ମହଙ୍ଗା ହେବ।

ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବାକୁ ଭଲ ପାଉଥିବା ଲୋକଙ୍କୁ ମଧ୍ୟ ଗଣିବାକୁ ପଡ଼ିବ ଅତିରିକ୍ତ ଅର୍ଥ। କାରଣ ବ୍ରାଡେଣ୍ଡ୍ ପୋଷାକର ଦର ମଧ୍ୟ ବଢ଼ାଇ ଦିଆଯାଇଛି।

କୋକ୍, ପେପସୀ ଭଳି ମୃଦ୍ୟୁ ପାନୀୟ ସମେତ ମିନେରାଲ୍ ୱାଟର ପାଇଁ ଖାଉଟିମାନଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ। ମୋବାଇଲ୍ ଫୋନ୍ ବିଲ୍, ରେସ୍ତୋରାଁରେ ଖାଇବା, ସଂପତ୍ତି କ୍ରୟ ଓ ଇନସ୍ୟୁରାନ୍ସ ସ୍କିମ୍ ଉପରେ ୦.୫ ପ୍ରତିଶତ କୃଷି କଲ୍ୟାଣ ସେସ୍ ଲାଗୁ ହେବା ଫଳରେ ଏଥିପାଇଁ ଅଧିକ ଖର୍ଚ୍ଚ ହେବ।

ଏସବୁ ସହିତ ବିମାନ ଓ ଟ୍ରେନ୍ ଟିକେଟ୍, କେବୁଲ୍, ଫିଲ୍ମ ଟିକେଟ୍ ମଧ୍ୟ ମହଙ୍ଗା ହେବ।

ଅନ୍ୟପକ୍ଷରେ ମାଇକ୍ରୋ ଓଭେନ୍, ୱାସିଂମେସିନ, ମୋବାଇଲ୍, ଟାବଲେଟ୍‌, ସିମେଣ୍ଟ, କମ୍ପ୍ୟୁଟର, କସମେଟିକ୍ସ, ଏଲିଡି ଟିଭି ଓ ବଲବ୍‌, ଜୋତା, ଫ୍ରିଜ୍, ଏସି ଓ ଔଷଧ ଦର ଅପରିବର୍ତ୍ତିତ ରହିଛି ବୋଲି ବଜେଟ୍ ଆଗତ ବେଳେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story