ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କାରେ ଅବମୂଲ୍ୟାନ ଜାରି ରହିଥିବା ବେଳେ ଏପଟେ ଚମକିବାରେ ଲାଗିଛି ସୁନା। ୧୦ ଗ୍ରାମ୍ ସୁନା ମୂଲ୍ୟ ୨୮ ହଜାର ୫ ଶହ ଟଙ୍କା ହୋଇଛି। ଏକାଥରେ ଗୋଟିଏ ଦିନରେ ଏହି ମୂଲ୍ୟବାନ ଧାତୁରେ ୭ଶହ ଟଙ୍କା ବଢ଼ିଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମଙ୍ଗଳବାର ଗୋଟିଏ ଦିନରେ ସୁନା ଏତେ ଟଙ୍କା ବଢ଼ିଛି। ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନୀ ବଢ଼ିଛି।
ତା’ସହ ବିବାହ ଋତୁର ଚାହିଦାକୁ ଦେଖି ଗହଣା ନିର୍ମାତାମାନେ ଅଧିକ ପରିମାଣର ସୁନା କିଣୁଥିବାରୁ ସୁନା ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ଗତ ୮ ଦିନ ଭିତରେ ସୁନା ମୂଲ୍ୟରେ ୧୦ ଗ୍ରାମ୍ ପିଛା ୮୧୦ ଟଙ୍କା ବଢି ସାରିଲାଣି। ବିଶ୍ୱ ବଜାରରେ ମଧ୍ୟ ସୁନାର ଆଉନ୍ସ ପିଛା ୧୨ ଶହ ଡଲାରରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।