ମହିନ୍ଦ୍ରା ଲଞ୍ଚ୍ କଲା ‘ମୋଜୋ’, ଦାମ୍ ୧.୫୮ ଲକ୍ଷ

ନୂଆଦିଲ୍ଲୀ: ଲଞ୍ଚ୍ ହୋଇଛି ମହିନ୍ଦ୍ରାର ‘ମୋଜୋ’ ବାଇକ୍। ଦିଲ୍ଲୀ, ମୁମ୍ବାଇ, ପୁନେ ଓ ବେଙ୍ଗାଲୁରୁରେ ଏହାର ଲଞ୍ଚ୍ କରାଯାଇଛି। ଦିଲ୍ଲୀରେ ୩୦୦ ସିସିର ଏହି ବାଇକର ଏକ୍ସ-ସୋରୁମ୍ ମୂଲ୍ୟ ୧.୫୮ ଲକ୍ଷ ଟଙ୍କା ରହିଛି। ତେବେ ଏହି ଦାମ ଆଗକୁ ବଢ଼ିପାରେ। ମହେନ୍ଦ୍ରା ମାଜୋ ୩ଟି କଲର ଆସିଛି। ସେଗୁଡିକ ହେଲା ଗ୍ଲାସିୟର ହ୍ୱାଇଟ୍, ଚାରକୋଲ୍ ବ୍ଲାକ୍‌ ଓ ଭୋଲକାନୋ ରେଡ୍। ଏହାର ହାରାହାରି ମାଇଲେଜ୍ ଲିଟର ପିଛା ୨୫ରୁ ୩୦ କିଲୋମିଟର ରହିଛି।

ଏହି ବାଇକ୍ ପାଇଁ ବୁକିଂ ଆରମ୍ଭ ହୋଇଗଲାଣି। କାରଣ ଦୀପାବଳିଠାରୁ ଏହାର ବିକ୍ରି ଆରମ୍ଭ ହେବ।