Advertisment

ରେପୋ ରେଟ୍ ଅପରିବର୍ତ୍ତିତ, ସାଧାରଣ ଲୋକଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଲଗାତର ତୃତୀୟ ଥର, ମୋଟ୍ ଉପରେ ୭ ଥର ରୋପୋ ରେଟ୍ ଏବଂ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଆରବିଆଇ। ଆଜି ସକାଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ Monetary Policy Committee (ଏମପିସି) ବା ମୁଦ୍ରା ନୀତି କମିଟି ବୈଠକ କରିଥିଲେ। ଏହାପରେ ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିବ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି। ଏବେ ରେପୋ ରେଟ୍ ୪ ପ୍ରତିଶତ ରହିଥିବା ବେଳେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ରେପୋ ରେଟ୍ କମାଇଲା ଆରବିଆଇ, ଲୋକେ ଦେବେ କମ୍‌ ସୁଧ

shaktikanta-das

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଲଗାତର ତୃତୀୟ ଥର, ମୋଟ୍ ଉପରେ ୭ ଥର ରୋପୋ ରେଟ୍ ଏବଂ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଆରବିଆଇ। ଆଜି ସକାଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ Monetary Policy Committee (ଏମପିସି) ବା ମୁଦ୍ରା ନୀତି କମିଟି ବୈଠକ କରିଥିଲେ। ଏହାପରେ ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିବ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି। ଏବେ ରେପୋ ରେଟ୍ ୪ ପ୍ରତିଶତ ରହିଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୫ ପ୍ରତିଶତ ରହିଛି। ଚଳିତ ଆର୍ଥିକ ବର୍ଷରେ ଏହି ବୈଠକ ପ୍ରଥମେ ଏପ୍ରିଲରେ, ଦ୍ୱିତୀୟ ବୈଠକ ଜୁନରେ ପରେ ଅଗଷ୍ଟରେ ବସିଛି। ଏପ୍ରିଲ ପାଖରୁ ଏହି ରେପୋ ଓ ରିଭର୍ସ ରେପୋ ରେଟ୍ ରହିଛି।

Advertisment

ସେହିପରି ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ କନଜ୍ୟୁମର ପ୍ରାଇସ ଇନଡେକ୍ସ (ସିପିଆଇ) ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ। ଦ୍ୱିତୀୟ ତ୍ରୟମାସରେ ୫.୯ ପ୍ରତିଶତ, ତୃତୀୟ ତ୍ରୟ ମାସରେ ୫.୮ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ଏହା ୫.୮ ପ୍ରତିଶତ ରହିବ ବୋଲି ସେ ଆକଳନ କରିଛନ୍ତି।

ସେହିପରି ଦରଦାମ ନିୟନ୍ତ୍ରଣ ପାଇଁ ସରକାର ଚାହିଦା ଏବଂ ଯୋଗାଣ ଉପରେ ସନ୍ତୁଳନ ରକ୍ଷା କରିବା ଦରକାର ବୋଲି ସେ କହିଛନ୍ତି। ଯଦି ସନ୍ତୁଳନ ରହିପାରିବ ତାହେଲେ ଯାଇ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇ ହେବ। ସେହିପରି ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ।

Advertisment

କରୋନାର ଦ୍ୱିତୀୟ ଲହର ଯଦିଓ କ୍ରମଶଃ ଦୁର୍ବଳ ହେଉଛି ହେଲେ ତୃତୀୟ ଲହରର ଆଶଙ୍କା ରହିଛି। ଏହାରି ଭିତରେ କିନ୍ତୁ ଜୁନ ପାଖରୁ ଅନେକ ଇକୋନମିକ କରୋଡିର ଖୋଲିଛି। ଏବେ ମଧ୍ୟ ଅନେକ ସଂସ୍ଥା ଖୋଲୁଛି। ତେଣୁ ଆଗାମୀ ଦିନରେ ଅର୍ଥନୀତିକୁ ଗତି ମିଳିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

ଏବେ ପୁଞ୍ଜି ନିବେଶ ସେତେଟା ହେଉ ନାହିଁ। କିନ୍ତୁ ମେଟାଲ ଏବଂ ଅନ୍ୟାନ୍ୟ ଶିଳ୍ପରେ ଅଗ୍ରଗତି ହେଉଛି। କୋଭିଡ ପାଇଁ ଠପ୍ ହୋଇଯାଇଥିବା ଶିଳ୍ପ ସଂସ୍ଥାକୁ କେନ୍ଦ୍ର ସରକାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ। ଏହାର ଲାଭ ଏବେ ଶିଳ୍ପ ସଂସ୍ଥା ମାନେ ନେବେ ବୋଲି ଆରବିଆଇ ଆଶା ପ୍ରକଟ କରିଛି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଟିକାକରଣର ପରେ ଲୋକଙ୍କ ମଧ୍ୟରେ ଭୟ କମିଛି। ତେଣୁ ଏହି କାରଣ ପାଇଁ ବଜାରରେ ଭିଡ଼ ଜମୁଛି, କିଣା ବିକା ବି ବଢ଼ିଛି। ଯାହା ଅର୍ଥନୀତିର ଅଭିବୃଦ୍ଧି ପାଇଁ ଆବଶ୍ୟକ।

କରୋନା ପାଇଁ ଅଭିବୃଦ୍ଧିରେ ମାନ୍ଦାବସ୍ଥା ରହିଛି। ଏଥିରୁ ମୁକୁଳିବା ଦରକାର। ଏଥିପାଇଁ ଆରବିଆଇ ସୁଧ ହାର ବଢ଼ାଇ ଲୋକଙ୍କ ଉପରେ ବୋଝ ନଲଦିବା ଦରକାର। ଏଭଳି ହେଲେ ଅଭିବୃଦ୍ଧି ହେବ ବୋଲି ବଜାର ଏକ୍ସପୋର୍ଟ କହିଛନ୍ତି। ମୁଖ୍ୟତଃ ଅଭିବୃଦ୍ଧି ହାର ସ୍ଥିର ନହେବା ଯାଏ ରେପୋ ରେଟକୁ ଅପରିବର୍ତ୍ତିତ ରଖିବା ଠିକ୍ ହେବ ବୋଲି ଏକ୍ସପୋର୍ଟ କୁହନ୍ତି।

ଯଦି ରେପୋ ରେଟ୍ ଅଧିକ ରୁହେ ତାହେଲେ ଲୋକଙ୍କ ଇଏମଆଇ ବଢ଼ିବ ଏବଂ ବ୍ୟାଙ୍କଗୁଡିକରୁ ଋଣ ନେବା ମହଙ୍ଗା ହୋଇଯାଏ । ତେଣୁ ଘର, କାର ଆଦି ଋଣର ସୁଧ ହାର ବଢ଼ିଯାଏ। ସେହିପରି ରିଭର୍ସ ରେପୋ ରେଟ୍ ହେଉଛି ସେହି ସୁଧ ହାର ଯାହା ଆରବିଆଇ ବ୍ୟାଙ୍କଗୁଡିକୁ ସୁଧ ଭାବରେ ପ୍ରଦାନ କରେ।