ଭୁବନେଶ୍ୱର: ଅନୀଲ କୁମାର ଝା ଶନିବାର ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମସିଏଲ)ର ସିଏମଡି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏମସିଏଲ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜରେ କୁହାଯାଇଛି ଯେ ଶିଳ୍ପ କ୍ଷେତ୍ରରେ ୩୨ ବର୍ଷର ଅନୁଭୂତି ଥିବା ଝା ଏମସିଏଲରେ ଯୋଗ ଦେବା ପୂର୍ବରୁ ଏମଓଆଇଏଲ ଲିମିଟେଡର ନିର୍ଦ୍ଦେଶକ (ଉତ୍ପାଦନ ଓ ଯୋଜନା) ଥିଲେ। ମାଇନ୍ ପ୍ଲାନିଂ, ପ୍ରଡକ୍ସନ, ଓପନ୍ କାଷ୍ଟ୍ କୋଲ୍ ମାଇନ୍ସ ଓ ଅଣ୍ଡରଗ୍ରାଉଣ୍ଡ୍ କୋଇଲା ଖନନ ନିୟନ୍ତ୍ରଣ କ୍ଷେତ୍ରରେ ତାଙ୍କର ପ୍ରଚୁର ଅନୁଭୂତି ରହିଛି।
ଅନୀଲ ଝା ଧାନବାଦ ସ୍ଥିତ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ମାଇନ୍ସରୁ ମାଇନ୍ ପ୍ଲାନିଂ ଓ ଡିଜାଇନରେ ଏମଟେକ୍ କରିଛନ୍ତି। ସେ ୧୯୮୩ରେ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ରାଞ୍ଚି ସ୍ଥିତ ସେଣ୍ଟ୍ରାଲ୍ କୋଲଫିଲ୍ଡ ଲିମିଟେଡ୍ (ସିସିଏଲ)ରୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।