ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମାଇକ୍ରୋମ୍ୟାକ୍ସର ଏକାଧିକ ସ୍ମାର୍ଟଫୋନ୍, ସ୍ମାର୍ଟୱାଚ୍, ଟ୍ୟାବଲେଟ୍ ଓ ନୂଆ ଟେଲିଭିଜନ ବୁଧବାର ଦିନ ଭାରତୀୟ ବଜାରରେ ପ୍ରବେଶ କରିଛି। କମ୍ପାନୀର ନୂଆ ଲୋଗୋ ଉନ୍ମୋଚନ ଅବସରରେ ବଜାରକୁ ଛଡାଯାଇଥିବା ମୋଟ୍ ୧୯ଟି ଉତ୍ପାଦ ମଧ୍ୟରେ ୧୫ଟି ସ୍ମାଟ୍ଫୋନ୍ ରହିଛି। ଏହି କମ୍ପାନୀର ଏହି ଦୁଇ ନୂଆ ସ୍ମାର୍ଟଫୋନ୍ ହେଲା କାନ୍ଭାସ ୬ ଓ କାନ୍ଭାସ୍ ୬ ପ୍ରୋ। ୧୩,୯୯୯ ଟଙ୍କାରେ ଦୁଇଟି ଭାରତୀୟ ବଜାରରେ ଉପଲବ୍ଧ ହେଉଛି।
କାନ୍ଭାସ୍ ୬ ସ୍ମାର୍ଟଫୋନ୍ରେ 5.5-inch Full HD display, 64-bit MediaTek MT6795m SoC, Tru Octa-core 2.0GHz chipset, 3GB RAM and 32GB internal storage ରହିଛି। ଏହାସହ 13MP Back camera ଓ 8MP Frontfacing camera ରହିଛି। ଏହାସହ ଏଥିରେ 3000mAh battery ଓ fingerprint scanner ରହିଛି।
କାନ୍ଭାସ୍ ୬ ପ୍ରୋ ସ୍ମାର୍ଟଫୋନ୍ରେ 5.5-inch Full HD display, 64-bit MediaTek MT6795m, Tru Octa-core 2.0GHz SoC, 4GB RAM and 16GB of internal storage ରହିଛି। ଏହାସହ ଏଥିରେ 13MP Back camera ଓ 5MP Front facing camera ରହିଛି।
ଆଜି କମ୍ପାନୀ ପକ୍ଷରୁ Micromax Bolt Supreme, Bolt Supreme 2, Bolt Q381, Canvas Spark 2+, Canvas Evok, Canvas Mega 2 ଓ Canvas Unite 4 ମଧ୍ୟ ବଜାରକୁ ଛଡାଯାଇଛି। ଏହି ସ୍ମାର୍ଟଫୋନ୍ ଗୁଡିକ ବିଭିନ୍ନ ଇକମର୍ସ ସାଇଟ୍ ସହ ଲୋକାଲ୍ ଷ୍ଟୋରରେ ଉପଲବ୍ଧ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।