ମାର୍କେଟରେ ଏବେ ଚାଲିଛି ମିନି ଫ୍ରିଜ୍‌ର ଟ୍ରେଣ୍ଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ମିନି ମେକଅପ୍‌ ଫ୍ରିଜ୍‌ର ପ୍ରଚଳନ ବଢ଼ିଗଲାଣି। ମାର୍କେଟ୍‌ରେ ଏହାର ଚାହିଦା ମଧ୍ୟ ବେଶ୍‌ ଅଧିକ। ସ୍କିନ୍‌ କେୟାର କମ୍ୟୁନିଟିରେ ଏହାକୁ ସବୁଠୁ କୁଲ୍‌ ଟ୍ରେଣ୍ଡ ବୋଲି କୁହାଯାଉଛି। ଗତ କିଛି ମାସ ହେବ ଏହି  ଫ୍ରିଜ୍‌  ଅନଲାଇନ୍‌ରେ ବେଶ୍ ଅଧିକ ବିକ୍ରି ହେଉଛି। କ’ଣ ପାଇଁ ଏତେ ବିକ୍ରି ହେଉଛି ମିନି ଫ୍ରିଜ୍‌? ଅନେକ ଏପରି କସ୍‌ମେଟିକ୍‌ ପ୍ରଡକ୍ଟ ଅଛି ଯାହାକୁ ବାହାରେ ରଖିଲେ ବା ସୂର୍ଯ୍ୟକିରଣ ପଡ଼ିଲେ ତାହା ଖରାପ ହୋଇଯାଏ। […]

fridge

fridge

Chinmayee Roy
  • Published: Sunday, 30 June 2019
  • Updated: 30 June 2019, 01:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ମିନି ମେକଅପ୍‌ ଫ୍ରିଜ୍‌ର ପ୍ରଚଳନ ବଢ଼ିଗଲାଣି। ମାର୍କେଟ୍‌ରେ ଏହାର ଚାହିଦା ମଧ୍ୟ ବେଶ୍‌ ଅଧିକ। ସ୍କିନ୍‌ କେୟାର କମ୍ୟୁନିଟିରେ ଏହାକୁ ସବୁଠୁ କୁଲ୍‌ ଟ୍ରେଣ୍ଡ ବୋଲି କୁହାଯାଉଛି। ଗତ କିଛି ମାସ ହେବ ଏହି  ଫ୍ରିଜ୍‌  ଅନଲାଇନ୍‌ରେ ବେଶ୍ ଅଧିକ ବିକ୍ରି ହେଉଛି।

କ’ଣ ପାଇଁ ଏତେ ବିକ୍ରି ହେଉଛି ମିନି ଫ୍ରିଜ୍‌?

ଅନେକ ଏପରି କସ୍‌ମେଟିକ୍‌ ପ୍ରଡକ୍ଟ ଅଛି ଯାହାକୁ ବାହାରେ ରଖିଲେ ବା ସୂର୍ଯ୍ୟକିରଣ ପଡ଼ିଲେ ତାହା ଖରାପ ହୋଇଯାଏ। ତେଣୁ ଯେଉଁ ଦାମୀ କସ୍‌ମେଟିକଗୁଡ଼ିକୁ ଆମେ ଦୈନନ୍ଦିନ ବ୍ୟବହାର କରୁନାହୁଁ, ତାକୁ ଆମେ ଫ୍ରିଜ୍‌ରେ ରଖିପାରିବା। ଏପରି କଲେ ଅଧିକ ଦିନ ଯାଏ ତାହା ଭଲ ରହିବ। ତେଣୁ ଏହି କସ୍‌ମେଟିକଗୁଡ଼ିକୁ ଅଧିକ ଦିନ ଯାଏଁ ରଖିବାକୁ ପ୍ରାୟ ସମସ୍ତେ ଏହି ଫ୍ରିଜ୍‌ର ସାହାରା ନେଉଛନ୍ତି। ହେଲେ ଅଏଲ୍‌ ବେସ୍ଡ ପ୍ରଡକ୍ଟଗୁଡ଼ିକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ।

ଏହି ଫ୍ରିଜ୍‌ ଏତେ ଛୋଟ ଯେ ଆପଣ ଏହାକୁ କେଉଁଠିବି ରଖିପାରିବେ। ଏହାକୁ ଆପଣ ଗାଡ଼ିରେ, ଥାକରେ ଟେବୁଲ ଉପରେ କେଉଁଠି ବି ରଖିପାରିବେ। ଦୈନନ୍ଦିନ ବ୍ୟବହାର ହେଉଥିବା ବିୟୁଟି ପ୍ରଡକ୍ଚସ ରଖିବାକୁ ଏହା ଏକ ଭଲ ବିକଳ୍ପ। ବଜାରରେ ଏହା ବିଭିନ୍ନ ରଙ୍ଗରେ ମିଳେ। ବିଶେଷ କରି ଏହାର ମିଲେନିୟଲ ପିଙ୍କ କଲର୍‌ ଅଧିକ ବିକ୍ରି ହେଉଛି। ଏହାର ମୂଲ୍ୟ ୩.୫ ହଜାରରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

କେଉଁ ଫ୍ରିଜ୍‌ ଅଧିକ ବିକ୍ରି ହେଉଛି?

କୁଲୁଲି-  ଏହା ୪ ଲିଟରର ଥର୍ମୋ ଇଲେକ୍ଟ୍ରିକ୍ କୁଲର୍ ୱର୍ମର ମିନି ଫ୍ରିଜ୍‌। ମ୍ୟାଟ୍‌ ଫିନିସ୍‌ ଓ ମର୍ଡନ୍ ପ୍ରୋଫାଇଲ୍‌ ହେବା ସହ ଏହା ପୋର୍ଟେବଲ ମଧ୍ୟ। ଏହା ଏକ କ୍ଲାସିକ୍‌ ମିନି ଫ୍ରିଜ୍‌ । ଯେଉଁଥିରେ ଆପଣ ସ୍କିନ୍‌ କେୟାର ପ୍ରଡକ୍ଟ ବ୍ୟତୀତ ସପ୍ଟ ଡ୍ରିଙ୍କ୍ସ ଓ ସ୍ନାକ୍ସ ମଧ୍ୟ ରଖିପାରିବେ। ଏହାର ମୂଲ୍ୟ ମାତ୍ର ୩ ହଜାର ୫୦୦ ଟଙ୍କା।

ଉବର ଚିଲ୍‌- ୯ ଲିଟର କାପାସିଟିଯୁକ୍ତ ଏହି ଫ୍ରିଜ୍‌ ବେଡ୍‌ରୁମ୍‌, ଅଫିସ୍, ଓ କାର୍‌ରେ ରଖିପାରିବେ। ଏହା ଭିତରେ ଆପଣ ନିଜର କସମେଟିକ୍‌ ରଖିପାରିବେ। ଏହା ବ୍ୟତୀତ ୫୦୦ ଏମ୍‌ଏଲ୍‌ର ସଫ୍ଟ ଡ୍ରିଙ୍କ୍ସର ବୋତଲ ମଧ୍ୟ ରଖିପାରିବେ। ଆବଶ୍ୟକ ପଡ଼ିଲେ ଏହା ମିନି କାର୍‌ କୁଲର ପରି ମଧ୍ୟ  କାମ କରିବ। ଏହାର ମୂଲ୍ୟ ହେଉଛି ୪ ହଜାର ୮୫୬ ଟଙ୍କା।

ଗୁରମିଆ- ଏହା ଫ୍ରିଜ୍‌ର କାମ କରିବା ସହ ମନୋରଞ୍ଜନ ମଧ୍ୟ କରିଥାଏ। ଏଥିରେ ବ୍ଲୁ ଟୁଥ ସ୍ପିକର ରହିଛି । ଯାହାକି ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ସ୍ମାର୍ଟ ଫୋନ୍‌ରେ କନେକ୍ଟ ହୋଇପାରିବ। ଏହା ସେଲଫ ଡିଟ୍ୟାଚେବଲ୍‌। ଏଥିରେ ସେଲ୍ଫ ଲକିଂ ଓ  ହ୍ୟଣ୍ଡେଲ୍ ମଧ୍ୟ ରହିଛି। ଏହାର ମୂଲ୍ୟ ମାତ୍ର ୩ ହଜାର ୪୦ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos