ଅନୁଗୋଳ: ଅନୁଗୋଳସ୍ଥିତ ନାଲକୋ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଆଜି ନାଲକୋର ୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତୋମାର। ଏହି ଅବସରରେ ସେ ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ ନାଲକୋର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଆଗାମୀ ଦିନରେ ନାଲକୋକୁ ବିଶ୍ୱସ୍ତରୀୟ କମ୍ପାନୀ କରିବାକୁ ଆହ୍ୱାନ ଦେଇଥିଲେ।
ପରେ ତୋମାର ନାଲକୋ ଟାଉନସିପ୍ ପରିଦର୍ଶନ କରି ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହ ଏକ ଆଧୁନିକ ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତୋମାରଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।