ନୂଆଦିଲ୍ଲୀ: ନେଟ୍ ନ୍ୟୁଟ୍ରାଲିଟିର ପ୍ରସ୍ତାବିତ ରୂପରେଖ ଉପରେ ମତାମତ ରଖିବା ପାଇଁ କେନ୍ଦ୍ର ସରକାର ସମୟସୀମାକୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଗତକାଲି (ଅଗଷ୍ଟ୧୫) ଏହି ଅବଧି ଶେଷ ହୋଇଥିଲା। ତେବେ ସରକାର ଏହାକୁ ଆଉ ୫ ଦିନ ବଢ଼ାଇ ଦେଇଛନ୍ତି।
ଦୂର ସଞ୍ଚାର ବିଭାଗ ନିଜ ୱେବସାଇଟରେ ଉଲ୍ଲେଖ କରିଛି ଯେ ନେଟ୍ ନ୍ୟୁଟ୍ରାଲିଟି ସଂପର୍କିତ କମିଟିର ରିପୋର୍ଟ ଉପରେ ମତାମତ ରଖିବାର ଶେଷ ତାରିଖରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ନେଟ୍ ନ୍ୟୁଟ୍ରାଲିଟି ନେଇ କମିଟିର ସୁପାରିଶ ଗୁଡିକ ଉପରେ ମତାମତ ସଂଖ୍ୟା ୭୦୦ରୁ ବଢ଼ି ୩୩,୬୦୦ରେ ପହଞ୍ଚିଯାଇଛି। ଏଥିରେ ଅଚାନକ ବୃଦ୍ଧି ହୋଇଛି।
ସୂଚନାଯୋଗ୍ୟ, ନେଟ ନ୍ୟୁଟ୍ରାଲିଟି ନେଇ ଟ୍ରାଇ ଲେଖିଥିବା ଚିଠି ଉପରେ ଏପ୍ରିଲ ମାସରେ ୧୦ ଲକ୍ଷରୁ ଅଧିକ ମତାମତ ଆସିଥିଲା। ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ନେଟ ନ୍ୟୁଟ୍ରାଲିଟି ଲାଗୁ କରିବାକୁ ଦାବି କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।