ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ ସଂସ୍କାରରେ ଓଡ଼ିଶା ୭ ନମ୍ୱର
ନୂଆଦିଲ୍ଲୀ: ଓଡ଼ିଶା ୭ ନମ୍ୱର ରାଜ୍ୟ ଭାବରେ ସଫଳତାର ସହ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ ସଂସ୍କାର ଲାଗୁ କରିଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏହି ସୂଚନା ପ୍ରଦାନ କରିଛି। ଏବେ ଓଡ଼ିଶା ଅର୍ଥ ମନ୍ତ୍ରଣାଳୟ ମାଧ୍ୟମରେ ୧,୪୨୯ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସମ୍ବଳ ସଂଗ୍ରହ କରିବାକୁ ଯୋଗ୍ୟ ହୋଇଛି। ରାଜ୍ୟ ଗୁଡ଼ିକରେ ଶିଳ୍ପ ପ୍ରତିଷ୍ଠା ତଥା ପୁଞ୍ଜି ନିବେଶ କରିବା ପାଇଁ ଥିବା ପରିବେଶ ଓ ପରିସ୍ଥିତିକୁ ନେଇ ଏହି ସଂସ୍କାର ହୋଇଛି।
Odisha has become 7th state in India to successfully undertake 'Ease of Doing Business' reform stipulated by Ministry of Finance. Thus, the State has become eligible to mobilise additional financial resources of Rs 1,429 crores through Open Market Borrowings: Finance Ministry
— ANI (@ANI) December 30, 2020
ଚଳିତ ବର୍ଷ ସେପ୍ଟେମ୍ୱରରେ ୨୦୧୯ର ଇଜ୍ ଅଫ ଡୁଇଙ୍ଗ ବିଜିନେସ୍ ତାଲିକା ରିପୋର୍ଟ ପ୍ରକାଶ ପାଇଥିଲା। ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାର ଶୀର୍ଷରେ ଆନ୍ଧ୍ର ପ୍ରଦେଶ ଏକ ନମ୍ୱର, ଦ୍ୱିତୀୟରେ ଉତ୍ତର ପ୍ରଦେଣ, ତୃତୀୟରେ ତେଲଙ୍ଗାନା ଥିବାବେଳେ ଏହା ପଛକୁ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ହିମାଚଳ ପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଗୁଜରାଟ ରହିଛି।
୨୦୧୫ରେ ଓଡ଼ିଶା ଏହି ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ତାଲିକାରେ ସପ୍ତମ ସ୍ଥାନରେ ଥିଲା । ୨୦୧୬ର ଏହା ୧୧କୁ ଖସିଥିବା ବେଳେ ୨୦୧୮ରେ ୧୪ତମ ସ୍ଥାନକୁ ଖସିଥିଲା। ୨୦୧୯ରେ ଏହା ୨୯ତମ ସ୍ଥାନକୁ ଖସି ଆସିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏହା ଜଣାପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।