ନୂଆଦିଲ୍ଲୀ: ଆଜିଠାରୁ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟରାତ୍ର ସୁଦ୍ଧା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ କେଉଁ କେଉଁ ସ୍ଥାନରେ ବ୍ୟବହାର କରାଯାଇପାରିବ ସେ ନେଇ ଆଜି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।
ଏହି ବିଜ୍ଞପ୍ତି ଅନୁଯାୟୀ ନିମ୍ନ ଲିଖିତ ସ୍ଥାନଗୁଡ଼ିକରେ ଆସନ୍ତାକାଲି ମଧ୍ୟରାତ୍ର ସୁଦ୍ଧା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ବ୍ୟବହାର କରାଯାଇପାରିବ।
- ସମସ୍ତ ଔଷଧ ଦୋକାନ, ଘରୋଇ ଓ ସରକାରୀ ହସ୍ପିଟାଲ୍ରେ ପୁରୁଣା ନୋଟ୍ ଦେଇ ହେବ
- ଜାତୀୟ ଓ ରାଜ୍ୟ ରାଜପଥରେ ଥିବା ଟୋଲ୍ ଗେଟ୍ରେ ପୁରୁଣା ନୋଟ୍ ଚଳିବ
- ପେଟ୍ରୋଲ୍, ଡିଜେଲ୍, ଏଲ୍ପିଜି ସିଲିଣ୍ଡର କିଣିପାରିବେ
- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିଚାଳିତ କୋଅପରେଟିଭ୍ ଷ୍ଟୋରରୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଦୁଗ୍ଧ କିଣିବା
- ବିମାନ, ଟ୍ରେନ୍ ଓ ମେଟ୍ରୋରେ ଯାତ୍ରା ଓ କ୍ୟାଟରିଂ ସଂସ୍ଥାର ଦେୟ
- ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ଲାଗି ସାମଗ୍ରୀ କିଣିବା
- ଏଏସ୍ଆଇ ପରିଚାଳିତ କୌଣସି ଐତିହାସିକ ସ୍ଥାନ ବୁଲିବା ଲାଗି ଆବଶ୍ୟକ ଟିକେଟ୍ ପୁରୁଣା ନୋଟ୍ ଦେଇପାରିବେ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।