ଭୁବନେଶ୍ୱର:ଏସାର ପାୱାର ଲିମିଟେଡ୍ (ଇପିଓଏଲ୍)ର ୧୨୦ ମେଗାୱାଟ୍ ବିଶିଷ୍ଟ ପାରାଦୀପ ପାୱାର ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟ (୨x୩୦ ମେଗାୱାଟ) କାମ ଶେଷ ହୋଇଯାଇଛି। ଏ ନେଇ ଇପିଓଏଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଏସାର ପାୱାର ମୋଟ ବିଦ୍ୟୁତ୍ କ୍ଷମତା ୪,୭୦୫ ମେଗାୱାଟରେ ପହଞ୍ଚି ଯାଇଛି।
୧୨୦ ମେଗାୱାଟ ବିଶିଷ୍ଟ ପାରାଦୀପ ପାୱାର ପ୍ରୋଜେକ୍ଟ ହେଉଛି ଏକ ତାପଜ ବିଦ୍ୟୁତ୍ ପ୍ରକଳ୍ପ। ଓଡ଼ିଶାରେ ଏସାର ଷ୍ଟିଲ୍ ଇଣ୍ଡିଆର ୧୨ ମିଲିୟନ ଟନ୍ ପେଲେଟ୍ ପ୍ଲାଣ୍ଟର ଆବଶ୍ୟକତା ପୂରଣ କରିବା ପାଇଁ ଏହି କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍ ନିର୍ମାଣ କରାଯାଉଛି।
ଏସାର ପାୱାର ଲିମିଟେଡ୍ର ସିଇଓ କେ.ଭି.ବି ରେଡ୍ଡୀ କହିଛନ୍ତି,“ଆମର ଲକ୍ଷ୍ୟ ହେଉଛି ନିର୍ମାଣାଧୀନ ପ୍ରକଳ୍ପଟିକୁ ଯେତେ ଶୀଘ୍ର ସମ୍ଭବ ଶେଷ କରିବା। ପାରାଦୀପ ପାୱାର ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟ ଶେଷ ହେବା ଆମ ପାଇଁ ଏକ ଖୁସିର ମୁହୂର୍ତ୍ତ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।