ଚିନି, ଡାଲି, ଅଟା ଉପରୁ ଭାଟ୍ ଛାଡ଼ ଦାବିରେ ଏପ୍ରିଲ୍ ୧ରୁ ଆମଦାନି ବନ୍ଦ କରିବ ରାଜ୍ୟ ବ୍ୟବସାୟ ସଂଘ

ଭୁବନେଶ୍ୱର: ଚିନି, ଡାଲି, ଅଟା, ସୁଜି ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀରୁ ଭାଟ୍ ଛାଡ଼ ଦାବିରେ ଆସନ୍ତା ୧ ତାରିଖରୁ ରାଜ୍ୟ ବ୍ୟବସାୟ ସଂଘ ବାହାର ରାଜ୍ୟରୁ ଆମଦାନି ବନ୍ଦ କରିବ। ରାଜ୍ୟ ବ୍ୟବସାୟ ସଂଘର ସଂପାଦକ ସୁଧାକର ରାଉତ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସଂଘ ଅଭିଯୋଗ କରିଛି ଯେ ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଏନେଇ ଏକକ ଟିକସ ବ୍ୟବସ୍ଥା […]

dali-tela

dali-tela

Rakesh Mallick
  • Published: Friday, 25 March 2016
  • Updated: 26 March 2016, 04:08 AM IST

Sports

Latest News

[caption id="attachment_75609" align="alignleft" width="300"]sudhakarpanda ରାଜ୍ୟ ବ୍ୟବସାୟ ସଂଘ ସଂପାଦକ ସୁଧାକର ପଣ୍ଡା[/caption]

ଭୁବନେଶ୍ୱର: ଚିନି, ଡାଲି, ଅଟା, ସୁଜି ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀରୁ ଭାଟ୍ ଛାଡ଼ ଦାବିରେ ଆସନ୍ତା ୧ ତାରିଖରୁ ରାଜ୍ୟ ବ୍ୟବସାୟ ସଂଘ ବାହାର ରାଜ୍ୟରୁ ଆମଦାନି ବନ୍ଦ କରିବ। ରାଜ୍ୟ ବ୍ୟବସାୟ ସଂଘର ସଂପାଦକ ସୁଧାକର ରାଉତ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ସଂଘ ଅଭିଯୋଗ କରିଛି ଯେ ଡାଲି ଓ ଗହମ ଜାତୀୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଏନେଇ ଏକକ ଟିକସ ବ୍ୟବସ୍ଥା କରିବାକୁ ରାଜ୍ୟ ବ୍ୟବସାୟ  ସଂଘ ଦାବି କରିଆସୁଛି। ଏହାକୁ ନେଇ ପୂର୍ବରୁ ମଧ୍ୟ ସଂଘ ଆନ୍ଦୋଳନର ଧମକ ଦେଇଥିଲା। ସମସ୍ୟାର ସମାଧାନ ପାଇଁ ସରକାର ଗତବର୍ଷ  ଜୁନ୍‌ ମାସରେ ଏକ କମିଟି ଗଠନ କରିଥିଲେ। ତିନି ମାସ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହା ଭିତରେ ୯ ମାସ ବିତିଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ଶେଷରେ ବାଧ୍ୟ ହୋଇ ସଂଘ ଏଭଳି ନିଷ୍ପତ୍ତି ନେଇଛି।

ରାଜ୍ୟ ବ୍ୟବସାୟ ସଂଘ ସଂପାଦକ ସୁଧାକର ପଣ୍ଡା କହିଛନ୍ତି,“ସରକାର ଆମକୁ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ପ୍ରସ୍ତାବ ଅନୁଯାୟୀ ଅର୍ଥବିଭାଗର ଜଣେ ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟିରେ ବିଭିନ୍ନ ବିଭାଗର ଅଫିସରମାନେ ସଭ୍ୟ ଥିବା ବେଳେ ରାଜ୍ୟ ବ୍ୟବସାୟ ସଂଘ ପକ୍ଷରୁ ଚାରିଜଣ ସଭ୍ୟ ଥିଲେ। ଏହି କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ସରକାର ଆମକୁ କହିଥିଲେ। ଦ୍ୱିତୀୟ ପ୍ରତିଶ୍ରୁତିରେ ସରକାର ଆମକୁ କହିଥିଲେ ଯେ କେନ୍ଦ୍ର ସରକାର ଜିଏସ୍‌ଟି ଲଗାଇବାକୁ ଯାଉଛନ୍ତି। ଏହା ହେଲେ ଏକକ ଟିକସ୍ ନେଇ ଆମର ଦାବି ପୂରଣ ହୋଇଯିବ ବୋଲି ସରକାର କହିଥିଲେ। କିନ୍ତୁ ଦୁଇଟି ଯାକରୁ କେଉଁଟି କାର୍ଯ୍ୟକାରୀ ନ ହେଲେ କ’ଣ କରାଯିବ ବୋଲି ଆମେ ପଚାରିଥିଲୁ। ସରକାର କହିଥିଲେ ଯେ ୨୦୧୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏ ଦୁଇଟି ମଧ୍ୟରୁ ଯଦି କୌଣସିଟି କାର୍ଯ୍ୟକାରୀ ନ ହୁଏ, ତା’ହାଲେ ୨୦୧୬ ଏପ୍ରିଲ ପହିଲାରୁ ଏ ସବୁ ସାମଗ୍ରୀଗୁଡ଼ିକ ଉପରୁ ଟିକସ ଉଠାଇ ଦିଆଯିବ। ଯଦି ସରକାର ପ୍ରତିଶ୍ରୁତି ପୂରଣ ନ କରନ୍ତି, ତାହାହେଲେ ଆସନ୍ତା ୧ ତାରିଖରୁ ଆମେ ବାହାର ରାଜ୍ୟରୁ ଆମଦାନି ବନ୍ଦ କରି ଦେବୁ। ଯାହା ଆମ ପାଖରେ ମହଜୁଦ ରହିଛି ସେଗୁଡ଼ିକୁ ସଠିକ୍ ମୂଲ୍ୟରେ ଖାଉଟିଙ୍କୁ ଯୋଗାଇ  ଦେବୁ।”

ସେ କହିଛନ୍ତି,“ଦେଶର ୨୫ଟି ରାଜ୍ୟରେ ଡାଲି, ଗହମ, ଚିନି ଆଦି ସାମଗ୍ରୀ ଉପରେ କୌଣସି ଟିକସ ନାହିଁ। ଓଡ଼ିଶା ଏକ ଖାଉଟି ରାଜ୍ୟ। ଏ ରାଜ୍ୟର ଲୋକେ ଯାହା ଖାଆନ୍ତି ତା’ର ପରିବହନ ପାଇଁ ୫ ରୁ ୭ ପ୍ରତିଶତ ଖର୍ଚ୍ଚ କରି ଥାଆନ୍ତି। ସେହିଭଳି ଭାଟ୍ ବାବଦକୁ ୫ ପ୍ରତିଶତ ଦିଅନ୍ତି। ଏହିଭଳି ଭାବେ ପ୍ରାୟ ୧୦ରୁ ୧୨ ପ୍ରତିଶତ ବୋଝ ଖାଉଟିଙ୍କ ଉପରେ ପଡ଼ିଥାଏ। ଏହା ସତ୍ତ୍ୱେ ସରକାର ୫ ପ୍ରତିଶତ ଆକାରରେ ଯେଉଁ  ରାଜସ୍ୱ ପାଇବା କଥା ତାହା ପାଉ ନାହାନ୍ତି। ସରକାର ମାତ୍ର ୧୦ ଭାଗରୁ ୧ ଭାଗ ରାଜସ୍ୱ ପାଉଛନ୍ତି। ୯୦ ଭାଗ ଟିକସ ଅସାଧୁ ବ୍ୟବସାୟୀ ହଡ଼ପ କରି ନେଉଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟିକସ ନୀତି ଯୋଗୁଁ ଏମିତି ହେଉଛି। ଖାଉଟି ଟିକସ ବୋଝ ସହୁଛି କିନ୍ତୁ ସରକାର ରାଜସ୍ୱ ଯେତିକି ପାଇବା କଥା ପାଉ ନାହାନ୍ତି।”

ଅନ୍ୟପକ୍ଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“ଆସନ୍ତାକାଲି ଅର୍ଥମନ୍ତ୍ରୀ ଏକ ବୈଠକ ଡାକିଛନ୍ତି। ଅପରାହ୍ନ ସାଢ଼େ ୫ଟାରେ ଏହି ବୈଠକ ବସିବ। ସମସ୍ତ ବିଭାଗର ଅଧିକାରୀମାନେ ସେଠାରେ ଉପସ୍ଥିତ ରହିବେ। ରାଜ୍ୟ ବ୍ୟବସାୟ ସଂଘ ସଦସ୍ୟଙ୍କ ସହିତ ମଧ୍ୟ ଆଲୋଚନା କରାଯିବ। ଏ ନେଇ ଆସନ୍ତାକାଲି କିଛି ନିଷ୍ପତ୍ତି ହୋଇଯିବ ବୋଲି ଆଶା ଅଛି। ରାଜ୍ୟ ବ୍ୟବସାୟ ସଂଘ ପୂର୍ବରୁ ବି ସରକାରଙ୍କୁ ସହଯୋଗ କରିଛି ଓ ଆଗକୁ ବି କରିବ ବୋଲି ଆମେ ଆଶା ରଖିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos