ଭୁବନେଶ୍ୱର: ଟେଲିକମ୍ ସେବା ପ୍ରଦାନକାରୀ କଂପାନୀ ଭାରତୀ ଏୟାର ଟେଲ୍ ଶୁକ୍ରବାର ଦେଶର ଆଉ ଚାରିଟି ସହରରେ ଚତୁର୍ଥ ପିଢ଼ି ବା ୪ଜି ସେବାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି। ଏହି ସହରଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶାର ରାଉରକେଲା। ଅନ୍ୟ ତିନିଟି ସହର ହେଲା କର୍ଣ୍ଣାଟକର ଉଡ୍ପୀ ଓ ତୁମକୁର ଏବଂ ମଣିପାଲ। ଏହି ପରୀକ୍ଷା ବିଶେଷ ଭାବ ଏୟାର ଟେଲର ବର୍ତ୍ତମାନର ଗ୍ରାହକମାନଙ୍କୁ ନେଇ କରାଯାଉଛି। ଆଉ ଏହି ପରୀକ୍ଷଣ ଯୋଗୁ ଏବେ ଏହି ସହରରଗୁଡ଼ିକର ଏୟାର୍ ଟେଲ୍ ଗ୍ରାହକମାନେ ୩ଜିର ଦାମରେ ୪ଜି ସେବାର ଲାଭ ଉଠାଇ ପାରିବେ।
ଏହି ୪ଟି ସହର ସହିତ ଦେଶର ୪୪ଟି ସହରରେ ଏୟାର ଟେଲର ୪ଜି ସେବା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ୨୦୧୨ ଏପ୍ରିଲ ମାସରେ ପ୍ରଥମେ କୋଲକାତାରେ ଏୟାର ଟେଲ୍ ୪ଜି ସେବା ଆରମ୍ଭ କରିଥିଲା। ଓଡ଼ିଶାର କଟକ ଓ ଭୁବନେଶ୍ୱରରେ ମଧ୍ୟ କଂପାନୀ ତା’ର ୪ଜି ସେବାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରି ସାରିଛି।
ଏୟାର ଟେଲ୍ ଘୋଷଣା କରିଛି ଯେ ୪ଜି ଡିଭାଇସ୍ ପାଇଁ ଏହା ସାମସଙ୍ଗ୍ ଓ ଫ୍ଲିପକାର୍ଟ ସହିତ ଭାଗିଦାରୀ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।