ଆରବିଆଇ ଆଇନ ବଦଳିବନି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସୋମବାର ଲୋକସଭାରେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଆରବିଆଇ ଆଇନରେ ପରିବର୍ତ୍ତନ ହେବା ନେଇ କୌଣସି ସୂଚନା ଦିଆଯାଇନାହିଁ। ସରକାରୀ ବ୍ୟାଙ୍କ ପାଇଁ ୨୫ ହଜାର କୋଟି ଟଙ୍କା ରଖାଯାଇଛି। ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଭାଗିଦାରୀ ୫୦ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ  ରଖାଯାଇଛି। ସେହିପରି କମ୍ପାନୀ ଅଧିନିୟମ ଆକ୍ଟରେ ପରିବର୍ତ୍ତନ କରାଯିବ ବୋଲି ଜେଟଲୀ କହିଛନ୍ତି। ଏଣିକି ଗୋଟିଏ ଦିନରେ କମ୍ପାନୀ […]

rbi

rbi

Rakesh Mallick
  • Published: Monday, 29 February 2016
  • Updated: 29 February 2016, 02:17 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସୋମବାର ଲୋକସଭାରେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଆରବିଆଇ ଆଇନରେ ପରିବର୍ତ୍ତନ ହେବା ନେଇ କୌଣସି ସୂଚନା ଦିଆଯାଇନାହିଁ। ସରକାରୀ ବ୍ୟାଙ୍କ ପାଇଁ ୨୫ ହଜାର କୋଟି ଟଙ୍କା ରଖାଯାଇଛି। ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଭାଗିଦାରୀ ୫୦ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ  ରଖାଯାଇଛି।

ସେହିପରି କମ୍ପାନୀ ଅଧିନିୟମ ଆକ୍ଟରେ ପରିବର୍ତ୍ତନ କରାଯିବ ବୋଲି ଜେଟଲୀ କହିଛନ୍ତି। ଏଣିକି ଗୋଟିଏ ଦିନରେ କମ୍ପାନୀ ରେଜିଷ୍ଟ୍ରେସନ ହୋଇପାରିବ। ମୁଦ୍ରାବ୍ୟାଙ୍କ ପାଇଁ ୧ଲକ୍ଷ ୮୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୫୦ ଲକ୍ଷରୁ କମ୍‌ ମୂଲ୍ୟରେ ଘର କିଣା ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ ବ୍ୟବସ୍ଥା କରାଯାଇଛି। କର୍ପୋରେଟ ଟ୍ୟାକ୍ସ ଧୀରେ ଧୀରେ ବନ୍ଦ କରାଯିବ ବୋଲି ଜେଟଲୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos