ଆରବିଆଇ ଅସୁବିଧା ଦୂର ପାଇଁ ଆବଶ୍ୟକ ପଦକ୍ଷେପ ନେଉଛି: ଉରଜିତ ପଟେଲ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଦୈନିକ ଭିତ୍ତିରେ ସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କ ଅସୁବିଧା ଦୂର କରିବାକୁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଖୁବଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣାଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉରଜିତ ପଟେଲ କହିଛନ୍ତି। କ୍ରେଡିଟ କାର୍ଡ ଓ ଅନ୍ୟ ଇଲେକ୍ଟ୍ରୋନିକ ବ୍ୟବସ୍ଥା ବ୍ୟବହାର କରିବାକୁ ପଟେଲ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଦେଣନେଣରେ ସୁବିଧା ହେବ ଓ ଆମେ ଅନ୍ୟ ବିକଶିତ ଦେଶଙ୍କ ପରି କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକସନ୍‌ ଆଡକୁ ଅଗ୍ରଗତି କରିପାରିବ […]

urjit

urjit

Rakesh Mallick
  • Published: Monday, 28 November 2016
  • Updated: 28 November 2016, 03:36 PM IST

Sports

Latest News

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଦୈନିକ ଭିତ୍ତିରେ ସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କ ଅସୁବିଧା ଦୂର କରିବାକୁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଖୁବଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣାଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉରଜିତ ପଟେଲ କହିଛନ୍ତି।

କ୍ରେଡିଟ କାର୍ଡ ଓ ଅନ୍ୟ ଇଲେକ୍ଟ୍ରୋନିକ ବ୍ୟବସ୍ଥା ବ୍ୟବହାର କରିବାକୁ ପଟେଲ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଦେଣନେଣରେ ସୁବିଧା ହେବ ଓ ଆମେ ଅନ୍ୟ ବିକଶିତ ଦେଶଙ୍କ ପରି କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକସନ୍‌ ଆଡକୁ ଅଗ୍ରଗତି କରିପାରିବ ବୋଲି କହିଛନ୍ତି।

ବ୍ୟାଙ୍କ ଗୁଡିକରେ ପଏଣ୍ଟ ଅଫ୍‌ ସେଲ୍‌ ମେସିନ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ଆବଶ୍ୟକତା ମେଣ୍ଟାଇବାକୁ ନୂଆ ନୋଟ୍‌ ଛପା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି ବୋଲି ପଟେଲ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos