ରେପୋ ରେଟ୍ କମାଇଲେ ରିଜର୍ଭ ବ୍ୟାଙ୍କ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ୍ କମ୍ କରି ଦେଇଛନ୍ତି। ଏଥିଯୋଗୁଁ ରେପୋ ରେଟ୍ ୬.୭୫ ପ୍ରତିଶତରୁ କମି ୬.୫୦ ପ୍ରତିଶତ ହୋଇଛି। ୨୦୧୬-୧୭ ବର୍ଷ ପାଇଁ ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ। ୦.୨୫ ପ୍ରତିଶତ ହ୍ରାସ ସହିତ ୨୦୧୧ ମାର୍ଚ୍ଚ ପରେ ପ୍ରଥମ ଥର […]

raghuram rajan

raghuram rajan

Rakesh Mallick
  • Published: Tuesday, 05 April 2016
  • Updated: 05 April 2016, 09:00 AM IST

Sports

Latest News

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ୍ କମ୍ କରି ଦେଇଛନ୍ତି। ଏଥିଯୋଗୁଁ ରେପୋ ରେଟ୍ ୬.୭୫ ପ୍ରତିଶତରୁ କମି ୬.୫୦ ପ୍ରତିଶତ ହୋଇଛି। ୨୦୧୬-୧୭ ବର୍ଷ ପାଇଁ ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ।

୦.୨୫ ପ୍ରତିଶତ ହ୍ରାସ ସହିତ ୨୦୧୧ ମାର୍ଚ୍ଚ ପରେ ପ୍ରଥମ ଥର ପାଇଁ ରେପୋ ରେଟ୍ ୬.୫୦ ପ୍ରତିଶତକୁ ଖସିଛି। କିନ୍ତୁ ରିଭର୍ସ ରେପୋ ରେଟ୍‌କୁ ୦.୨୫ ପ୍ରତିଶତ ବଢ଼ାଯାଇ ୫.୭୫ ପ୍ରତିଶତ କରାଯାଇଛି। ତେବେ କ୍ୟାସ୍ ରିଜର୍ଭ ରେସିଓ (ସିଆର୍‌ଆର୍‌)କୁ ୯୫ ପ୍ରତିଶତରୁ ଖସାଇ ୯୦ ପ୍ରତିଶତ କରାଯାଇଛି। ନୂଆ ଦର ଏପ୍ରିଲ୍ ୧୬ ତାରିଖରୁ ଲାଗୁ ହେବ।

ରେପୋ ରେଟ୍ କମି ଥିବାରୁ କାର୍ ଓ ଗୃହ ଋଣର ଇଏମ୍‌ଆଇ କମ୍‌ ହେବାର ସମ୍ଭାବନା ରହିଛି।

ଆର୍‌ବିଆଇ ରେପୋ ରେଟ୍ ୦.୨୫ ପ୍ରତିଶତ କମାଇବେ ବୋଲି ଆଶା କରାଯାଉଥିଲା। ତେବେ ବ୍ୟାଙ୍କଗୁଡ଼ିକ ରେପୋ ରେଟ୍‌ ୦.୫୦ ପ୍ରତିଶତ ହ୍ରାସ କରିବାକୁ ଦାବି କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos