ସେୟାର ବଜାର ଗରମ କଲା ବର୍ଷା ଖବର : ସେନ୍‌ସେକ୍ସରେ ସର୍ବକାଳୀନ ରେକର୍ଡ଼

ମୁମ୍ବାଇ: ଏଥର ସ୍ୱଭାବିକ୍‌ ମୌସୁମୀ ତଥା ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ତାଜା ସୂଚନା ଦେବା ପରେ ସେୟାରମାର୍କେଟରେ ଜବରଦସ୍ତ ହିଟ୍। ଆଗରୁ ସବୁ ରେକର୍ଡ଼କୁ ଭାଙ୍ଗି ନୂଆମାଇଲ ଖୁଣ୍ଟ ସ୍ଥାପନ କରିଛି ସେନ୍‌ସେକ୍ସ।  ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ଅଚାନକ ୨୬୪ ପଏଣ୍ଟକୁ ବୃଦ୍ଧି ପାଇ ୩୦,୧୯୭,୬୬ରେ ଅଟକି ଯାଇଥିଲା । ଯାହାକୁ ସେନ୍‌ସେକ୍ସ ଇତିହାସରେ ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି।  ସେହିପରି ନିଫ୍ଟ  ସ୍କେଲ ୯,୩୯୦,୧୫ରେ ପହଞ୍ଚି ପାରିଥିଲା। ବ୍ରୋକରଙ୍କ […]

bse-1

bse-1

Rakesh Mallick
  • Published: Wednesday, 10 May 2017
  • Updated: 11 May 2017, 01:57 PM IST

ମୁମ୍ବାଇ: ଏଥର ସ୍ୱଭାବିକ୍‌ ମୌସୁମୀ ତଥା ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ତାଜା ସୂଚନା ଦେବା ପରେ ସେୟାରମାର୍କେଟରେ ଜବରଦସ୍ତ ହିଟ୍। ଆଗରୁ ସବୁ ରେକର୍ଡ଼କୁ ଭାଙ୍ଗି ନୂଆମାଇଲ ଖୁଣ୍ଟ ସ୍ଥାପନ କରିଛି ସେନ୍‌ସେକ୍ସ।  ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ଅଚାନକ ୨୬୪ ପଏଣ୍ଟକୁ ବୃଦ୍ଧି ପାଇ ୩୦,୧୯୭,୬୬ରେ ଅଟକି ଯାଇଥିଲା । ଯାହାକୁ ସେନ୍‌ସେକ୍ସ ଇତିହାସରେ ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି।  ସେହିପରି ନିଫ୍ଟ  ସ୍କେଲ ୯,୩୯୦,୧୫ରେ ପହଞ୍ଚି ପାରିଥିଲା।

ବ୍ରୋକରଙ୍କ କହିବା ଅନୁଯାୟୀ ଗତ କିଛି ସେସନ୍‌ ମଧ୍ୟରେ ବିଦେଶୀ ଗ୍ରାହକଙ୍କ ବଢିଯାଇଛି।  ଏଥିପାଇଁ ଅନେକ କମ୍ପାନୀର ପ୍ରଡକ୍ଟ ସେୟାର ବିକ୍ରି ଦୃତଗତିରେ ବୃଦ୍ଧିପାଇଛି। ସୂଚନା ଅନୁଯାଇ ଚଳିତ ବର୍ଷ ମୌସୁମୀକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗତ ମଙ୍ଗଳବାର ପୁଣି ଥରେ ପୂର୍ବାନୁମାନ କରାଯାଇଥିଲା । ଏଥର ୯୬ ପରିବର୍ତ୍ତେ ଶହେ ପ୍ରତିଶତ ବର୍ଷା ହେବ ବୋଲି କୁହାଯାଇଥିଲା। ଏହି ଖବର ଆସିବା ପରେ ସେନସେକ୍ସରେ ଗ୍ରାଣ୍ଡ ଓପନିଂ ହୋଇଥିଲା। ବୁଧବାର ସେୟାର ବଜାରରେ ୦.୮୮ ପ୍ରତିଶତ ବୃଦ୍ଧି ପାଇ ୩୦,୧୯୭,୬୬ ପଏଣ୍ଟରେ ପହଞ୍ଚିପାରିଥିଲା।  ଶେଷଥର ପାଇଁ ଏହି  ପଏଣ୍ଟ ୩୦,୧୮୪,୨୨ରେ ସୀମିତ ଥିଲା।  ସେହିପରି ନିଫ୍ଟରେ ମଧ୍ୟ ଜବରଦସ୍ତ ପରିବର୍ତ୍ତନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos