ନୂଆ ତରିକାରେ ଏଟିଏମ୍‌ ଠକେଇ: ନା’ ତାର ATM skimming, ସତର୍କ କଲା ଏସ୍‌ବିଆଇ

ନୂଆଦିଲ୍ଲୀ:ଏଟିଏମ ଏବଂ ବ୍ୟାଙ୍କିଂ ଫ୍ରଡ୍‌ ହେବା କୌଣସି ନୂଆ କଥା ନୁହଁ। ତେବେ ଏହି ଏଟିଏମ୍‌ ଠକେଇରୁ ବର୍ତ୍ତିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ତା’ର ଗ୍ରାହକମାନଙ୍କୁ ସତର୍କ କରାଇଛି। ଆଗରୁ ବାରମ୍ବାର ଏଟିଏମ୍‌ ଠକେଇ ଅଭିଯୋଗ ଆସୁଥିବାରୁ ଏସ୍‌ବିଆଇ ପ୍ରଥମ ପଦକ୍ଷେପ ସୂରୂପ ଟଙ୍କା ଉଠାଣ ସୀମାକୁ ୨୦,୦୦୦ ଟଙ୍କା ସ୍ଥିର କରିଛି। ପୂର୍ବରୁ ଦିନକୁ ୪୦,୦୦୦ ଟଙ୍କା ଉଠାଯାଉଥିବା ବେଳେ ଏବେ ଏହାକୁ ୨୦,୦୦୦ ଟଙ୍କାକୁ ଖସାଇ ଦିଆଯାଇଛି। ଏହାବାଦେ ଆରବିଆଇ ଏଟିଏମ୍‌ ସୁରକ୍ଷା […]

77

77

Tapas Behera
  • Published: Monday, 11 February 2019
  • Updated: 11 February 2019, 09:16 AM IST

Sports

Latest News

ନୂଆଦିଲ୍ଲୀ:ଏଟିଏମ ଏବଂ ବ୍ୟାଙ୍କିଂ ଫ୍ରଡ୍‌ ହେବା କୌଣସି ନୂଆ କଥା ନୁହଁ। ତେବେ ଏହି ଏଟିଏମ୍‌ ଠକେଇରୁ ବର୍ତ୍ତିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ତା’ର ଗ୍ରାହକମାନଙ୍କୁ ସତର୍କ କରାଇଛି। ଆଗରୁ ବାରମ୍ବାର ଏଟିଏମ୍‌ ଠକେଇ ଅଭିଯୋଗ ଆସୁଥିବାରୁ ଏସ୍‌ବିଆଇ ପ୍ରଥମ ପଦକ୍ଷେପ ସୂରୂପ ଟଙ୍କା ଉଠାଣ ସୀମାକୁ ୨୦,୦୦୦ ଟଙ୍କା ସ୍ଥିର କରିଛି। ପୂର୍ବରୁ ଦିନକୁ ୪୦,୦୦୦ ଟଙ୍କା ଉଠାଯାଉଥିବା ବେଳେ ଏବେ ଏହାକୁ ୨୦,୦୦୦ ଟଙ୍କାକୁ ଖସାଇ ଦିଆଯାଇଛି।

ଏହାବାଦେ ଆରବିଆଇ ଏଟିଏମ୍‌ ସୁରକ୍ଷା ପାଇଁ ମେଗାଷ୍ଟ୍ରିପ୍‌କୁ ବଦଳାଇ  ଚିପ୍‌-ବେଶଡ୍‌ କାର୍ଡ଼ କରିବା ପାଇଁ ବାଧ୍ୟତା ମୂଳକ କରିଛନ୍ତି। ଏହା ସତ୍ତ୍ୱେ (ATM card skimming)ଏଟିଏମ୍‌ କାର୍ଡ଼ ସ୍କିମିଂ କରି ଟଙ୍କା ଉଠାଇ ନିଆଯାଉଥିବା ଜଣାପଡ଼ିଛି। ତେବେ ଏମିତି ଠକେଇରୁ କେମିତି ସତର୍କ ରହିବେ ଆସନ୍ତୁ ଜାଣିବା। ମୁଖ୍ୟତଃ ପିଓଏସ୍‌ ମେସିନ୍‌ ଗୁଡ଼ିକରେ ଏହି ଠକେଇ ହେଉଛି।

ଆପଣ କୌଣସି ଦୋକାନକୁ ଯାଉଥିବେ କିମ୍ବା ଅନ୍ୟ କୌଣସି କାରବାର ପାଇଁ ଏଟିଏମ୍‌ ସ୍ୱାପ କରୁଥିବେ। ହେଲେ ଏହି ପିଓଏସ୍‌ ମେସିନ୍‌ ଗୁଡ଼ିକରେ ଅତି ଚତୁରତାର ସହ ଏକ ଚିପ୍‌ ଖଞ୍ଜାଯାଇ ନୂଆ ତରିକାରେ ଲୁଟ୍‌ କରାଯାଉଛି। ମୁଖ୍ୟତଃ ଏହି ଚିପ୍‌ ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ସବୁ ତଥ୍ୟ ଚୋରି କରି ନିଆଯାଉଛି। ଏହି ଡିଭାଇସ୍‌କୁ ସ୍କିମର୍ସ(skimmers) ବୋଲି କୁହାଯାଉଛି। ଏହି ସ୍ମିମର୍ସ ମ୍ୟାଗ୍ନେଟିକ୍‌ ଷ୍ଟ୍ରିପ୍‌ ଥିବା ଏଟିଏମ୍‌ କାର୍ଡ଼ ଗୁଡ଼ିକରୁ ସବୁ ତଥ୍ୟ କ୍ୟାପଚର୍‌ କରିପାରିବ। ଏହା ଭିତରେ (ପାସୱାର୍ଡ଼ ବି ଥାଇ ପାରେ)। ଏହା ପରେ ହ୍ୟାକରମାନେ ଏକ କ୍ଲୋନ୍‌ କାର୍ଡ଼ ବ୍ୟବହାର କରି ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଆପଣଙ୍କ ଆକାଣଉଣ୍ଟରୁ ଟଙ୍କା ଉଠାଇ ପାରିବେ କିମ୍ବା ସପିଂ କରିପାରିବେ।

ତେବେ ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ଏମିତି ଠକେଇରେ ଶିକାର ହେଉଛନ୍ତି ତେବେ ସେହି ଟଙ୍କା ରିଫଣ୍ଡ ପାଇଁ ବ୍ୟାଙ୍କ ଯାଇ ଦାବି କରିପାରିବେ। ଠକେଇର ୩ଦିନ ଭିତରେ ଆପଣ ନିକଟସ୍ଥ ଶାଖାକୁ ଯାଇ ଅଭିଯୋଗ କରିପାରିବେ। କିମ୍ବା “Problem” ଟାଇପ୍‌ କରି 9212500888 ନମ୍ବରକୁ ଏସ୍‌ଏମ୍‌ଏସ୍‌ କରିପାରିବେ। ସେହିପରି ଆପଣ ଟ୍ୱିଟରରେ @SBICard_Connectକୁ ଅଭିଯୋଗ ଜଣାଇପାରିବେ। ଏହା ପରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯାଇ ତୁରନ୍ତ ଆପଣଙ୍କ ସମସ୍ୟାର ସମାଧାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos