ଜିଏସ୍‌ଟି ହାରକୁ ରାଜ୍ୟ ସରକାରଙ୍କ ସ୍ୱାଗତ

ଭୁବନେଶ୍ୱର: ଜିଏସ୍‌ଟି ହାର ୫ରୁ ୨୮ ପ୍ରତିଶତ ମଧ୍ୟରେ ରହିବ ବୋଲି ଗତକାଲି କେନ୍ଦ୍ର ସରକାର ସ୍ଥିର କରିଥିବା ବେଳେ ରାଜ୍ୟ ସରକାର ଏହାକୁ ସ୍ୱାଗତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଏଥିରେ ସରକାର ସାଧାରଣ ଖାଦ୍ୟ ପଦାର୍ଥ ଉପରେ ଜିରୋ ଟ୍ୟାକ୍ସକୁ ସ୍ୱାଗତ କରିଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ଦାବି ମୁତାବକ ଟିକସ ହାରକୁ ୬ରୁ ୫ ପ୍ରତିଶତକୁ ହ୍ରାସ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି। ସିଏସ୍‌ଟି ଉଚ୍ଛେଦ […]

secretariat

secretariat

Rakesh Mallick
  • Published: Friday, 04 November 2016
  • Updated: 04 November 2016, 07:17 PM IST

Sports

Latest News

ଭୁବନେଶ୍ୱର: ଜିଏସ୍‌ଟି ହାର ୫ରୁ ୨୮ ପ୍ରତିଶତ ମଧ୍ୟରେ ରହିବ ବୋଲି ଗତକାଲି କେନ୍ଦ୍ର ସରକାର ସ୍ଥିର କରିଥିବା ବେଳେ ରାଜ୍ୟ ସରକାର ଏହାକୁ ସ୍ୱାଗତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଏଥିରେ ସରକାର ସାଧାରଣ ଖାଦ୍ୟ ପଦାର୍ଥ ଉପରେ ଜିରୋ ଟ୍ୟାକ୍ସକୁ ସ୍ୱାଗତ କରିଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ଦାବି ମୁତାବକ ଟିକସ ହାରକୁ ୬ରୁ ୫ ପ୍ରତିଶତକୁ ହ୍ରାସ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି। ସିଏସ୍‌ଟି ଉଚ୍ଛେଦ ଜନିତ କ୍ଷତିପୂରଣ ପ୍ରଦାନ ନିଷ୍ପତ୍ତିକୁ ମଧ୍ୟ ରାଜ୍ୟ ସରକାର ସ୍ୱାଗତ କରିଛନ୍ତି। ତେବେ କୋଇଲା ରୟାଲ୍ଟି ବୃଦ୍ଧି ଦାବିକୁ ରାଜ୍ୟ ସରକାର ଜୋରଦାର କରିବେ ବୋଲି ଏଥିରେ ଦର୍ଶାଯାଇଛି। ଏହାଛଡ଼ା କୋଇଲା ସେସ୍‌କୁ ସବୁ ରାଜ୍ୟ ମଧ୍ୟରେ ବଣ୍ଟନକୁ ବିରୋଧ କରାଯିବ ବୋଲି ସରକାର କହିଛନ୍ତି। କେବଳ କୋଇଲା ଉତ୍ପାଦକ ରାଜ୍ୟ ମଧ୍ୟରେ ସେସ୍‌ ବଣ୍ଟନ ପାଇଁ ଦାବି କରାଯିବ। କ୍ଷତି ଭରଣା ପାଇଁ କ୍ଲିନ୍‌ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ସେସ୍‌ ପ୍ରଚଳନକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି ବୋଲି ଜାରି ପ୍ରେସ୍‌ ରିଲିଜରେ ଉଲ୍ଲେଖ ରହିଛି।

ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି,“ବିଜେଡି ତରଫରୁ ଆମେ ଏହାକୁ ସ୍ୱାଗତ କରୁଛୁ। ବିଶେଷ କରି ଖାଦ୍ୟ ସାମଗ୍ରୀ ଉପରେ ଟିକସ୍‌ ରହିବ ନାହିଁ ବୋଲି ଯେଉଁ ନିଷ୍ପତ୍ତି ହୋଇଛି, ଏହା ନବୀନ ପଟ୍ଟନାୟକ ସରକାରଙ୍କ ଦାବି ଥିଲା।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ରାଜ୍ୟ ସରକାରମାନେ ଯେଉଁ କ୍ଷତିପୂରଣ ଦାବି କରିଛନ୍ତି ତା’ର ଭରଣା ପାଇଁ ସରକାର ସେସ୍‌ ବସାଉଛନ୍ତି। ପ୍ରତିଶତ ଟିସକ୍‌ ବସିବା ପରେ ଆଉ ଥରେ ସେସ୍‌ ବସାଯିବା ବୋଝ ଉପରେ ନଳିତା ବିଡ଼ା। ରାଜ୍ୟ ସରକାର ସେସ୍‌ ବସାଯିବାକୁ ବିରୋଧ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos