ମୁମ୍ୱାଇ: କର୍ପୋରେଟ୍ ଜଗତରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଆଜି ଟାଟା ସନ୍ସ ବୋର୍ଡ ଅଧ୍ୟକ୍ଷ ପଦରୁ ବିଦା ହୋଇଛନ୍ତି ସାଇରସ୍ ମିସ୍ତ୍ରୀ। ମୁମ୍ୱାଇରେ ଅନୁଷ୍ଠିତ ଟାଟା ସନ୍ସ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ପୁଣି ଅଧ୍ୟକ୍ଷ ପଦକୁ ଫେରିଛନ୍ତି ୭୮ ବର୍ଷୀୟ ରତନ ଟାଟା। ସେ ଆଗାମୀ ୪ ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଦାୟିତ୍ୱରେ ରହିବେ। ଏହି ସମୟ ମଧ୍ୟରେ ବୋର୍ଡ ନୂଆ ଅଧ୍ୟକ୍ଷ ଚୟନ କରିବ।
ନୂଆ ଅଧ୍ୟକ୍ଷ ଚଳନ ପାଇଁ ଏକ ୫ ଜଣିଆ ସର୍ଚ୍ଚ କମିଟି ଗଠନ କରାଯାଇଛି। ଯେଉଁଥିରେ ରତନ ଟାଟା ମଧ୍ୟ ସଦସ୍ୟ ଅଛନ୍ତି। ତେବେ ସର୍ବୋଚ୍ଚସ୍ତରରେ ଏଭଳି ନେତୃତ୍ୱ ପରିବର୍ତ୍ତନର କାରଣ ସମ୍ପର୍କରେ ବୋର୍ଡ ପକ୍ଷରୁ କିଛି କୁହାଯାଇ ନାହିଁ। ସାଇରସ୍ଙ୍କ ଉପରେ ବିଭିନ୍ନ କାରଣରୁ ବୋର୍ଡ ଅସନ୍ତୁଷ୍ଟ ଥିବା କୁହାଯାଉଛି। ୪୮ ବର୍ଷୀୟ ସାଇରସ୍ ମିସ୍ତ୍ରୀ ୪ ବର୍ଷ ତଳେ ରତନ ଟାଟାଙ୍କଠାରୁ ଅଧ୍ୟକ୍ଷ ଭାର ଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।