ଗୋପାଳପୁର ଏସ୍‌ଇଜେଡ୍‌ରେ ୨୦,୦୦୦ କୋଟିର ବିଦେଶୀ ପୁଞ୍ଜି ନିବେଶ କରିବ ଟାଟା ଷ୍ଟିଲ୍

ସିଙ୍ଗାପୁର: ଟାଟା ଷ୍ଟିଲ୍ ତା’ର ଓଡ଼ିଶାର ଗୋପାଳପୁର ସ୍ଥିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍‌ଇଜେଡ୍)ରେ ଆସନ୍ତା ୫ ବର୍ଷରେ ଭାରି ଶିଳ୍ପରେ ୨୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ପାଇଁ ବିଦେଶୀ କଂପାନୀଗୁଡ଼ିକ ସହିତ ଆଲୋଚନା କରୁଛି। ଟାଟା ଷ୍ଟିଲର ଏସ୍‌ଇଜେଡ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ମିଶ୍ର କହିଛନ୍ତି,“ଗୋପାଳପୁର ଏସ୍‌ଇଜେଡ୍ ପାଇଁ ଆଗାମୀ ୫ ବର୍ଷରେ ୧୫,୦୦୦ ରୁ ୨୦,୦୦୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଯୋଗାଡ଼ କରିବାକୁ ଆମେ ସକ୍ଷମ ହେବୁ ବୋଲି ଆଶା […]

Tata Steel

Tata Steel

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 03:01 PM IST

ସିଙ୍ଗାପୁର: ଟାଟା ଷ୍ଟିଲ୍ ତା’ର ଓଡ଼ିଶାର ଗୋପାଳପୁର ସ୍ଥିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍‌ଇଜେଡ୍)ରେ ଆସନ୍ତା ୫ ବର୍ଷରେ ଭାରି ଶିଳ୍ପରେ ୨୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ପାଇଁ ବିଦେଶୀ କଂପାନୀଗୁଡ଼ିକ ସହିତ ଆଲୋଚନା କରୁଛି।

ଟାଟା ଷ୍ଟିଲର ଏସ୍‌ଇଜେଡ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ମିଶ୍ର କହିଛନ୍ତି,“ଗୋପାଳପୁର ଏସ୍‌ଇଜେଡ୍ ପାଇଁ ଆଗାମୀ ୫ ବର୍ଷରେ ୧୫,୦୦୦ ରୁ ୨୦,୦୦୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଯୋଗାଡ଼ କରିବାକୁ ଆମେ ସକ୍ଷମ ହେବୁ ବୋଲି ଆଶା ରଖିଛୁ। ଏବେ ଆମେ ୧୩ରୁ୧୪ଟି ନିବେଶକଙ୍କ ସହିତ ଆଲୋଚନା ଜାରି ରଖିଛୁ। ବିଭିନ୍ନ ସ୍ତରରେ ଏହି ଆଲୋଚନା ଚାଲିଛି।”

ସେ କହିଛନ୍ତି,“ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, କେମିକାଲ୍, ଫାର୍ମାକ୍ୟୁଟିକାଲ୍ସ ଆଦି କ୍ଷେତ୍ରରେ ନିବେଶ କରାଯିବ। ଦକ୍ଷିଣ ପୂର୍ବ ଏସିଆର ବଜାରଗୁଡ଼ିକ ପାଇଁ ଗୋପାଳପୁର ଏସ୍‌ଇଜେଡ୍‌କୁ ଗେଟ୍‌ୱେ କରାଯିବ।”

ଗୋପାଲପୁର ଏସ୍‌ଇଜେଡ୍‌ରେ ଟାଟା ଷ୍ଟିଲ୍ ୨୦୨୦ ସୁଦ୍ଧା ୨୦୦୦ରୁ ୨,୫୦୦ କୋଟି ମଧ୍ୟରେ ଟଙ୍କା ନିବେଶ କରିବ। ସେଥିପାଇଁ ସେଠାରେ ଏକ ଟାଟା ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଉଛି।

ଟାଟା ଷ୍ଟିଲ୍‌ର ଗୋପାଳପୁର ଏସ୍‌ଇଜେଡ୍ ୨,୯୭୦ ଏକର ଜାଗାକୁ ନେଇ ନିର୍ମାଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos