ନୂଆଦିଲ୍ଲୀ: Realmeର ନୂଆ ସ୍ମାର୍ଟଫୋନ୍ Realme 3ର ଆଜି ପ୍ରଥମ ସେଲ୍। ଏହି ସ୍ମାର୍ଟଫୋନ୍ ଗତ ସପ୍ତାହରେ ଭାରତରେ ଲଞ୍ଚ ହୋଇଥିଲା। ଗ୍ରାହକ ଏହାକୁ ଫ୍ଲିପ୍ କାର୍ଟ ଓ ରିୟଲ ମି ୱେବ୍ସାଇଟ୍ରୁ କିଣିପାରିବେ। ଏହାର ବିଶେଷତ୍ତ୍ୱ ହେଉଛି ଏହାର ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲ୍ର ଡୁଆଲ ରିୟର କ୍ୟାମେରା ସେଟଅପ୍ ଓ 4,230mAhର ବ୍ୟାଟେରୀ। ଏଥିସହ Realme U1ରେ ଦିଆଯାଇଥିବା MediaTek Helio P70 ପ୍ରୋସେସର ମଧ୍ୟ ଏହି ଫୋନ୍ରେ ଦିଆଯାଇଛି। ସେଲ୍ଫି ପାଇଁ ଏହାର ଫ୍ରଣ୍ଟରେ ୧୩ ମେଗାପିକ୍ସେଲର AI କ୍ୟାମେରା ଦିଆଯାଇଛି।
ଭାରତରେ Realme 3ର 3GB ରାମ୍ 32GB ଷ୍ଟୋରେଜ ଓ 4GB ରାମ୍ 64GB ଷ୍ଟୋରେଜ୍ ଦୁଇଟି ଭ୍ୟାରିୟାଣ୍ଟ ଲଞ୍ଚ୍ କରାଯାଇଛି। ଏହାର ମୂଲ୍ୟ କ୍ରମଶଃ ୮ ହଜାର ୯୯୯ ଓ ୧୦ ହଜାର ୯୯୯ ଟଙ୍କା ରଖାଯାଇଛି। ଏହି ଫୋନ୍ଟି ବ୍ଲାକ୍ ଓ ଡାଇନାମିକ୍ ବ୍ଲାକ୍ ୨ଟି କଲର ଅପସନ୍ରେ ଉପଲବ୍ଧ। ଆସନ୍ତା ୨୬ ତାରିଖରେ ଏହାର ରେଡିଆଣ୍ଟ ବ୍ଲୁ କଲର ଅପସନ୍ ମଧ୍ୟ ଲଞ୍ଚ ହେବ।
ଆଜି ଏହି ସ୍ମାର୍ଟଫୋନ୍ର ବିକ୍ରି ଦିନ ୧୨ଟାରୁ ଆରମ୍ଭ ହୋଇଯାଇଛି। ଲଞ୍ଚ୍ ଅଫର୍ କଥା କହିଲେ, HDFC ବ୍ୟାଙ୍କ କାର୍ଡ଼ରେ ୫୦୦ ଟଙ୍କାର ଇନ୍ଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳୁଛି। ଏହା ବ୍ୟତୀତ ଫ୍ଲିପ୍କାର୍ଟରେ ଜିଓ ତରଫରୁ ୫ ହଜାର ୩୦୦ ଟଙ୍କା ପର୍ଯନ୍ତ ଅଫର୍ ମିଳିବ। ସେହିପରି ରିୟଲମି ୱେବ୍ସାଇଟ୍ରେ MobiKwikରେ ୨୦ ପ୍ରତିଶତ ସୁପର କ୍ୟାଶ୍ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।