କାଲିଠୁ ବଜାରକୁ ଆସିବ ୨୦୦ ଟଙ୍କିଆ

ମୁମ୍ବାଇ: ଆସନ୍ତାକାଲି ବଜାରକୁ ଆସିବ ୨୦୦ ଟଙ୍କିଆ ନୋଟ୍‌। ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଛୋଟ ନୋଟ୍ ଓ ବଡ଼ ନୋଟ୍ ମଧ୍ୟରେ ଅଧିକ ବ୍ୟବଧାନ ରହି ଯାଉଥିବାରୁ ଉପୁଜୁଥିବା ସମସ୍ୟାର ସମାଧାନ କରିବା ଲକ୍ଷ୍ୟରେ ଆର୍‌ବିଆଇ ପକ୍ଷରୁ ପ୍ରଥମ ଥର ପାଇଁ ୨୦୦ ଟଙ୍କା ପ୍ରଚଳନ କରିବାକୁ ବ୍ୟବସ୍ଥା କରାଯାଇଛି। ଆଜି ଆର୍‌ବିଆଇ ପକ୍ଷରୁ କୁହାଯାଇଛି,“୨୦୦ ଟଙ୍କିଆ ନୋଟ୍‌ରେ ମହାତ୍ମା ଗାନ୍ଧିଙ୍କ ଛବି ରହିଛି। ଆହୁରି ମଧ୍ୟ […]

200note

200note

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 02:01 PM IST

Sports

Latest News

ମୁମ୍ବାଇ: ଆସନ୍ତାକାଲି ବଜାରକୁ ଆସିବ ୨୦୦ ଟଙ୍କିଆ ନୋଟ୍‌। ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଛୋଟ ନୋଟ୍ ଓ ବଡ଼ ନୋଟ୍ ମଧ୍ୟରେ ଅଧିକ ବ୍ୟବଧାନ ରହି ଯାଉଥିବାରୁ ଉପୁଜୁଥିବା ସମସ୍ୟାର ସମାଧାନ କରିବା ଲକ୍ଷ୍ୟରେ ଆର୍‌ବିଆଇ ପକ୍ଷରୁ ପ୍ରଥମ ଥର ପାଇଁ ୨୦୦ ଟଙ୍କା ପ୍ରଚଳନ କରିବାକୁ ବ୍ୟବସ୍ଥା କରାଯାଇଛି।

ଆଜି ଆର୍‌ବିଆଇ ପକ୍ଷରୁ କୁହାଯାଇଛି,“୨୦୦ ଟଙ୍କିଆ ନୋଟ୍‌ରେ ମହାତ୍ମା ଗାନ୍ଧିଙ୍କ ଛବି ରହିଛି। ଆହୁରି ମଧ୍ୟ ଏଥିରେ ସାଞ୍ଚି ସ୍ତୁପର ମଧ୍ୟ ଚିତ୍ର ରହିଛି। ନୋଟ୍‌ର ରଙ୍ଗ ହଳଦିଆ ରଖାଯାଇଛି। ଏଥିରେ ଆର୍‌ବିଆଇ ଗଭର୍ଣ୍ଣର ଉରଜିତ ଆର୍‌. ପଟେଲଙ୍କ ଦସ୍ତଖସ୍ତ ରହିଛି।”

[caption id="attachment_159703" align="aligncenter" width="800"] ନ୍ୟୁଜ୍‌ ଏଜେନ୍ସୀ ଏନ୍‌ଆଇ ପକ୍ଷରୁ ଟ୍ୱିଟ୍ କରାଯାଇଥିବା ଫଟୋ[/caption]

୧୦୦ ଟଙ୍କିଆ ଓ  ୫୦୦ ଟଙ୍କିଆ ମଧ୍ୟରେ ରହୁଥିବା ବ୍ୟବଧାନକୁ ହ୍ରାସ କରିବାକୁ ୨୦୦ ଟଙ୍କିଆ ପ୍ରଚଳନ କରିବାକୁ ଯାଉଛି ଆର୍‌ବିଆଇ। ଗତବର୍ଷ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ ପରେ ଏହା ହେଉଛି ଆଉ ଏକ ପଦକ୍ଷେପ।

ବିମୁଦ୍ରୀକରଣରେ ମୋଦି ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆକୁ ରାତାରାତି ରଦ୍ଦ କରି ଦେଇଥିଲେ। ତା’ବଦଳରେ ବଜାରକୁ ନୂଆ ୫୦୦ ଟଙ୍କିଆ ଆସିଥିଲା। ୧୦୦୦ ଟଙ୍କିଆକୁ ପୂରା ବନ୍ଦ କରି ଦିଆଯାଇଛି। ୧୦୦୦ ଟଙ୍କିଆ ବଦଳରେ ବଜାରକୁ ୨୦୦୦ ଟଙ୍କିଆ ନୋଟ୍ ଛଡ଼ା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos