ୟୁଏଇର ଏନଆରଆଇ ନିବେଶକଙ୍କୁ ଭେଟିଲେ ମୋଦି, ଭାରତରେ ନିବେଶ କରିବାକୁ ଦେଲେ ଆହ୍ୱାନ

ଆବୁ ଧାବି: ଦୁଇ ଦିନିଆ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ) ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାକାର ବିଶିଷ୍ଟ ପ୍ରବାସୀ ଭାରତୀୟ ନିବେଶକାରୀମାନଙ୍କୁ ଭେଟି ଥିଲେ। ଏହି ସାକ୍ଷାତ ଆଲୋଚନା ବେଳେ ନିବେଶକମାନେ ସେମାନଙ୍କ ଦ୍ୱାରା ଭାରତର ବିଭିନ୍ନ ପ୍ରକଳ୍ପରେ ହୋଇଥିବା ନିବେଶ ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଆବୁ ଧାବି ଚାମ୍ବର ଡାଇରେକ୍ଟର ବୋର୍ଡର ସଦସ୍ୟ ୟୁସୁଫାଲ୍ଲୀ ଏମ.ଏଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ବ୍ୟବସାୟୀମାନେ ୟୁଏଇର ବର୍ତ୍ତମାନର ବ୍ୟବସାୟିକ ସ୍ଥିତି ସଂପର୍କରେ […]

pm

pm

Rakesh Mallick
  • Published: Monday, 17 August 2015
  • Updated: 17 August 2015, 08:44 AM IST

Sports

Latest News

ଆବୁ ଧାବି: ଦୁଇ ଦିନିଆ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ) ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାକାର ବିଶିଷ୍ଟ ପ୍ରବାସୀ ଭାରତୀୟ ନିବେଶକାରୀମାନଙ୍କୁ ଭେଟି ଥିଲେ। ଏହି ସାକ୍ଷାତ ଆଲୋଚନା ବେଳେ ନିବେଶକମାନେ ସେମାନଙ୍କ ଦ୍ୱାରା ଭାରତର ବିଭିନ୍ନ ପ୍ରକଳ୍ପରେ ହୋଇଥିବା ନିବେଶ ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଆବୁ ଧାବି ଚାମ୍ବର ଡାଇରେକ୍ଟର ବୋର୍ଡର ସଦସ୍ୟ ୟୁସୁଫାଲ୍ଲୀ ଏମ.ଏଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ବ୍ୟବସାୟୀମାନେ ୟୁଏଇର ବର୍ତ୍ତମାନର ବ୍ୟବସାୟିକ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଏହା ସହିତ ଭାରତରେ ନିବେଶ କରିବାରେ ସମ୍ମୁଖୀନ ହେବାକୁ ପଡୁଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ କହିଥିଲେ। ଏହା ଶୁଣିବା ପରେ ସେମାନେ ଭାରତରେ ନିବେଶ କରିବା ପାଇଁ ପୁଣି ଥରେ ଉଦ୍ୟମ ଆରମ୍ଭ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ, ଏବେ ସ୍ଥିତି ବଦଳି ଯାଇଛି। ଭିତ୍ତିଭୂମି ଓ ଅନ୍ୟାନ୍ୟ କ୍ଷେତ୍ରରେ ନିବେଶ କରିବା ପାଇଁ ଭାରତ ସରକାର ଅନେକ ସୁବିଧା କରି ସାରିଛନ୍ତି। ସ୍ଥିତି ଆଉ ପୂର୍ବଭଳି ନାହିଁ। ତେଣୁ ସେମାନେ ଏବେ ଭାରତରେ ନିବେଶ କରିବା ସହିତ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos