ଝାରସୁଗୁଡ଼ାରେ ବେଦାନ୍ତ କରିବ ଆଲୁମିନିୟମ ପାର୍କ

ଭୁବନେଶ୍ୱର/ମୁମ୍ବାଇ: ବେଦାନ୍ତ ଓଡ଼ିଶାରେ ଏକ ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା କରିବ। ଏ ନେଇ ରାଜ୍ୟ ସରକାର ଓ ବେଦାନ୍ତ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଝାରସୁଗୁଡ଼ାରେ ୨୪୦ ଏକର ଜମିରେ ପ୍ରତିଷ୍ଠା ହେବ ଏହି ପାର୍କ। ଏହା ଆଲୁମିନିୟମ କଣ୍ଡକ୍ଟର, ଏକ୍ସଟ୍ରୁଜନ୍ସ, କାସ୍ଟିଂ, ଫଏଲ, ପାଉଡ଼ର ଓ ପେସ୍ଟ ଉତ୍ପାଦନ କରୁଥିବା କିମ୍ବା ଏହା ଉପରେ ନିର୍ଭରଶୀଳ ଥିବା ସଂସ୍ଥାମାନଙ୍କୁ ଏକ ଉତ୍କୃଷ୍ଟ ବାତାବରଣ ଯୋଗାଇ ଦେବ। ବେଦାନ୍ତ ସିଇଓ (ଆଲୁମିନିୟମ) ଅଭିଜିତ ପତି କହିଛନ୍ତି […]

vedanta

vedanta

Rakesh Mallick
  • Published: Monday, 15 February 2016
  • Updated: 15 February 2016, 05:12 PM IST

Sports

Latest News

vedantaଭୁବନେଶ୍ୱର/ମୁମ୍ବାଇ: ବେଦାନ୍ତ ଓଡ଼ିଶାରେ ଏକ ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା କରିବ। ଏ ନେଇ ରାଜ୍ୟ ସରକାର ଓ ବେଦାନ୍ତ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଝାରସୁଗୁଡ଼ାରେ ୨୪୦ ଏକର ଜମିରେ ପ୍ରତିଷ୍ଠା ହେବ ଏହି ପାର୍କ। ଏହା ଆଲୁମିନିୟମ କଣ୍ଡକ୍ଟର, ଏକ୍ସଟ୍ରୁଜନ୍ସ, କାସ୍ଟିଂ, ଫଏଲ, ପାଉଡ଼ର ଓ ପେସ୍ଟ ଉତ୍ପାଦନ କରୁଥିବା କିମ୍ବା ଏହା ଉପରେ ନିର୍ଭରଶୀଳ ଥିବା ସଂସ୍ଥାମାନଙ୍କୁ ଏକ ଉତ୍କୃଷ୍ଟ ବାତାବରଣ ଯୋଗାଇ ଦେବ।

ବେଦାନ୍ତ ସିଇଓ (ଆଲୁମିନିୟମ) ଅଭିଜିତ ପତି କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ପୂର୍ଣ୍ଣ କ୍ଷମତାରେ ଚାଲିଲେ ଏହି ପ୍ରକଳ୍ପ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୭,୦୦୦ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିପାରିବ। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ବିଶ୍ୱର ଆଲୁମିନିୟମ୍ ହବ୍ ହୋଇପାରିବ।

ଏହି ପ୍ରସ୍ତାବିତ ଆଲୁମିନିୟମ୍ ପାର୍କଟି ବେଦାନ୍ତର ୧.୬ ଏମ୍‌ଟିପିଏ ସ୍ମେଲ୍ଟର ଓ ୩୬୦୦ ମେଗାୱାଟ୍ ପାୱାର ପ୍ଲାଣ୍ଟ୍ ନିକଟରେ ସ୍ଥାପନ ହେବ। ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ଭିତ୍‌ଭୂମି ସହିତ ନୂନ ଆଇପିଆର୍ ନୀତି ଅନୁଯାୟୀ ପ୍ରୋତ୍ସାହନ ଯଥା ଜମି, ବିଦ୍ୟୁତ୍ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ। ଏଥିପାଇଁ ବ୍ୟୟ ବାବଦକୁ ଉଠୁଥିବା ଖର୍ଚ୍ଚକୁ ଏଠାରେ ନିବେଶ କରିବାକୁ ଥିବା ନିବେଶକାରୀଙ୍କଠାରୁ ଆଦାୟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos