ଭାରତୀୟ ବଜାରରେ ପ୍ରବେଶ କଲା Volkswagen Ameo 

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୋମବାର ପ୍ରବେଶ କରିଛି ଜର୍ମାନ ଅଟୋମେକର Volkswagen କମ୍ପାନୀର ବହୁ ପ୍ରତୀକ୍ଷିତ କାର Volkswagen Ameo  ଏହି କାର୍‌ର ଏକ୍ସସୋ’ରୁମ୍‌ ଦର ରହିଛି ୫.୧୪ ଲକ୍ଷ। ଏହି କାରକୁ କମ୍ପାନୀ ଭାରତରେ ନିର୍ମାଣ କରିଛି। ଏହି କାରଟି କେବଳ ପେଟ୍ରୋଲ ଚାଳିତ ୩ଟି ମଡେଲରେ ଭାରତରେ ଉପଲବ୍ଧ ହୋଇଛି।

ଏଥିରେ1198 cc ଇଞ୍ଜିନ୍‌, ୫-ସ୍ପିଡ୍‌ ମାନୁଆଲ୍‌ ଗିୟରବକ୍ସ, ସେଣ୍ଟ୍ରାଲ୍‌ ଏସି, ପାୱାର ଷ୍ଟିଅରିଂ, ସେଣ୍ଟ୍ରାଲ୍‌ ଲକ୍‌ ଓ ବ୍ରେକ୍‌ ଆସିଷ୍ଟ ଓ ୧୬.୫କିମି ପ୍ରତିଲିଟର ମାଇଲେଜ୍‌, ଅତ୍ୟାଧୁନିକ ଇଣ୍ଟିରିୟର ଡିଜାଇନ୍‌ ଓ ୧.୨ ଲିଟରର ୩ଟି ସିଲିଣ୍ଡର ପେଟ୍ରୋଲ ଟାଙ୍କି ରହିଛି।