ଅଳ୍ପକେ ବାର୍ତ୍ତିଲେ ବସ ଯାତ୍ରୀ

କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଏକ ଟ୍ରଲର ପଛରେ ପିଟିଲା ବସ । ମାତୃକରୁଣା ନାମକ ଏକ ଘରୋଇ ବସ କଟକରୁ ଯାଜପୁର ଆଡ଼କୁ ଯାଉଥିବା ବେଳେ ବସ ଆଗରେ ଯାଉଥିବା ଏକ ଟ୍ରଲର ପଛରେ ପିଟି ହୋଇଯାଇଥିଲା । ଫଳରେ ଟ୍ରଲର ରେ ବୋଝୋଇ ହୋଇଥିବା ପାଇପ ଗୁଡ଼ିକ ଟ୍ରଲର ର କେବିନ୍ କୁ ଭାଙ୍ଗି ଆଗକୁ ଚାଲି ଯାଇଥିଲା । ରାଜପଥ ଉପରେ ଖେଳାଇ ହୋଇ ପଡ଼ି ରହିଛି ପାଇପ । ଦୁର୍ଘଟଣା ସ୍ଥଳରେ ପରିସ୍ଥିତି ଏପରି ହୋଇଛି ଯେ ଯିଏ ବି ଦେଖିବ ଭୟଭିତ ହୋଇଯିବ । ମାତ୍ର ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଏଥିରେ ବସ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି ।