ଚୋରୀ ହୋଇଗଲା ଛେଳି ଭୋଜି ହେବ କେମିତି

ଯେତେ ଯାହା କଲେ ମଧ୍ୟ ବଲାଙ୍ଗିର ସହର ଭିତରେ କମୁନି ଚୋରଙ୍କ ଆତଙ୍କ । ଟଙ୍କା ସୁନା ଚୋରୀ ପରେ ଏବେ ଛେଲି ଚୋରୀ କରୁଛନ୍ତି ଚୋର । ବାହାଘର ସିଜନ ଚାଲିଥିବାରୁ ମାଂସ ଭୋଜି ପାଇଁ ଘରେ ଘରେ ଆଗତୁରା ଛେଲି କିଣିକି ରଖାଯାଉଛି । ଆଉ ସେସବୁ ଛେଲିକୁ ଟାର୍ଗେଟ କରୁଛନ୍ତି ଚୋର । ଗତ କିଛି ଦିନ ତଲେ ଧୁମାମରାରୁ ୮ ଟି ଛେଲି ଚୋରୀ ହୋଇଥିଲା । ଆଉ ଗତକାଲି ରାତିରେ କନ୍ଧପାଲି ପଡାରୁ ୧୦ ଟି ଛେଲି ଚୋରୀ କରି ଚଂପଟ ମାରିଛନ୍ତି ଚୋର