୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ଗତକାଲି ପୁରୀ ବାଲିସାହି ସିଧବକୁଳ ମଠ ଲେନରେ ଏକ ଘର ଛାତ ଉପରେ ସୁଯୋଗପାଇ ଜଣେ ପାଞ୍ଚ ବର୍ଷର ନବାଲିକାକୁ ଦୁଷ୍କର୍ମ କରାଯାଇଥିଲା | ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଦୁଷ୍କର୍ମ ପରେ ଫେରାର ହୋଇଯାଇଛି | ମହେଶ କୁ ଗିରଫ ପାଇଁ ଟାଉନ ଥାନା ଅଧିକାରୀ ଓ ପୁରୀ ଏସ୍ପିଙ୍କ ନେତୃତ୍ୱରେ ଚାରୋଟି ଟିମ ଗଠନ କରାଯାଇଛି | ଆଉ ଅଧିକ ଟିମ ଗଠନ କରାଯାଇ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଏସ୍ପି ସୂଚନା ଦେଇଛନ୍ତି |