ନୂଆଦିଲ୍ଲୀ: ଗତ କିଛି ଦିନ ଧରି ରାଜ୍ୟରେ କରୋନା ମାମଲା ଲଗାତର ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୭୨,୦୪୯ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୯୮୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୭ଲକ୍ଷ ଅତିକ୍ରମ କରିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୦୪,୫୫୫ରେ ପହଞ୍ଚିଛି।
ଦେଶରେ ଏପର୍ଯ୍ୟନ୍ତ ମୋଟ ୬୭,୫୭,୧୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆକ୍ଟିସ୍ ମାମଲା ଲଗାତର ହ୍ରାସ ପାଉଛି। ଦେଶରେ ଏବେ ୯,୦୭,୮୮୩ ଆକ୍ଟିଭ୍ କେସ୍ ରହିଛି। ତେବେ ୫୭,୫୫,୬୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବରରେ କରୋନାର ବିସ୍ତାର କିଛିଟା କମ୍ ହୋଇଛି। କୋଭିଡ୍-୧୯ ମୃତ୍ୟୁ ହାର ଏବେ ୧.୫୫କୁ ହ୍ରାସ ପାଇଛି। ଦେଶରେ ସୁସ୍ଥ ହାର ୮୫ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୮୧,୯୪୫ ଜଣ ସୁସ୍ଥ ହୋଇଛନ୍ତି। ଅକ୍ଟୋବର ୭ ସୁଦ୍ଧା ଦେଶରେ ୮,୨୨,୭୧,୬୫୪ ସାମ୍ପଲ୍ ଟେଷ୍ଟ କରାଯାଇଛି। ତେବେ ଅକ୍ଟୋବର ୬ ତାରିଖରେ ୧୧,୯୯,୮୭୫ ସାମ୍ପଲ ଟେଷ୍ଟ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Health
୫୦ରୁ ଅଧିକ ଜୀବନ ନେଲାଣି ରହସ୍ୟମୟ ରୋଗ, ଆଲର୍ଟ ଜାରି କଲା WHO
ପ୍ରଥମେ ୩ ଜଣ ପିଲାଙ୍କ କ୍ଷେତ୍ରରେ ଏପରି ରୋଗ ବ୍ୟାପି ଥିଲା। ସେମାନେ ଗୋଟିଏ ବାଦୁଡ଼ି ଖାଇବା ପରେ ରହସ୍ୟମୟ ରୋଗରେ ପଡ଼ିଥିଲେ।

Health
ଘାଇଲା କରୁଥିବା ବିରଳ ସ୍ନାୟୁ ରୋଗ GBS କ’ଣ? କାରଣ ଜଣାପଡ଼ୁନି
ଜିବିଏସ୍ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି।

Health
ମାରି ଦେଉଛି ରହସ୍ୟମୟ ରୋଗ
ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଜ୍ୱର ହେବା ସହ କେବଳ ଝାଳ ବୋହିବାରେ ଲାଗୁଛି। ଏହାପରେ ସେମାନଙ୍କ ସ୍ନାୟୁ କାମ କରିବା ବନ୍ଦ ହେଉଛି।

Guest Column
ଅନେକ ରୋଗର ମହୌଷଧି ସଂଗୀତ
ସନ୍ଧ୍ୟାରେ ଗାଁ ମନ୍ଦିର, ଗ୍ରାମ ଦେବତୀ ଓ ଭାଗବତ ଘରେ ବାଜୁଥିବା ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନିର ତରଙ୍ଗ କାନରେ ବାଜିଲେ ଦିନ ଯାକର କ୍ଳାନ୍ତି କେବଳ ମେଣ୍ଟେ ନାହିଁ, ଭାରାକ୍ରାନ୍ତ ମନକୁ ମଧ୍ୟ ହାଲକା କରିଦିଏ। ମନରେ ଏକ ଶାନ୍ତ ଓ ଆଧ୍ୟାତ୍ମିକ ଚେତନା ଭରିଦିଏ।

Health
ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, ସ୍ୱାକ୍ଷର ହେଲା MOU
ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେହପରି ରାଜ୍ୟର ପ୍ରାୟ ୩ କୋଟି ଲୋକ ଏହି ଯୋଜନାର ଫାଇଦା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।