Advertisment

ଲୁଟ୍ ଉଦ୍ୟମ ବେଳେ ପହଞ୍ଚିଗଲା ପୁଲିସ୍, ଜଣେ ନାବାଳକଙ୍କ ସମେତ ୧୧ ଗିରଫ

ଗତ କିଛି ଦିନ ହେଲା ଏହି ଲୁଟେରା ଦଳ ଝୁମ୍ପୁରା ଥାନା ଅଞ୍ଚଳର ବିଭିନ୍ନ ରାସ୍ତାରେ ଯା’ ଆସ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଲୁଟ୍ କରୁଥିଲେ।

Lootera

Lootera

Advertisment

କେନ୍ଦୁଝର ପୁଲିସ୍ ହାତରେ ଧରାପଡ଼ିଛନ୍ତି ୧୧ ଜଣ ଲୁଟେରା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ସେମାନଙ୍କଠାରୁ ୨୫୦୦ ଟଙ୍କା, ଲୁହା ରଡ୍, ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।

Advertisment

ଗତ କିଛି ଦିନ ହେଲା ଏହି ଲୁଟେରା ଦଳ ଝୁମ୍ପୁରା ଥାନା ଅଞ୍ଚଳର ବିଭିନ୍ନ ରାସ୍ତାରେ ଯା’ ଆସ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଲୁଟ୍ କରୁଥିଲେ। ଏପରିକି କେହି ଗାଡ଼ି ନ ଅଟକାଇଲେ ସେମାନେ ଆକ୍ରମଣ କରୁଥିଲେ।

ଗତକାଲି ରାତିରେ ସେମାନେ ଝୁମ୍ପୁରା ଥାନା କଟଲପଷି-ଧାତିକା ରାସ୍ତାରେ ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ି ଚାଳକମାନଙ୍କୁ ଭୟଭୀତ କରି ଲୁଟ୍ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୁଲିସ। ସେଠାରୁ ପୁଲିସ ୧୧ ଜଣଙ୍କୁ ଧରିଥିଲା ଓ ସେମାନଙ୍କଠାରୁ ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe