୩୫ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର: ସଦର ଅବକାରୀ ବିଭାଗ ନୂଆବଜାର ନିକଟରୁ ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର କୃଷ୍ଣଚନ୍ଦ୍ର ନାଥ। ସେ ଅରଡ଼ ବଜାରରୁ ଭୁବନେଶ୍ୱରକୁ ଏହି ବ୍ରାଉନସୁଗାର ନେଇ ଯାଉଥିଲେ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୫,୦୦୦ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କୃଷ୍ଣଚନ୍ଦ୍ର ନିୟମିତ ବାଲେଶ୍ୱରରୁ ବ୍ରାଉନସୁଗାର କିଣି ଭୁବନେଶ୍ୱରରେ ବିକ୍ରି କରିଥାନ୍ତି। ଆଜି ସେ ବ୍ରାଉନସୁଗାର କିଣି […]

brown-sugar

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 10:49 PM IST

ବାଲେଶ୍ୱର: ସଦର ଅବକାରୀ ବିଭାଗ ନୂଆବଜାର ନିକଟରୁ ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣଙ୍କ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର କୃଷ୍ଣଚନ୍ଦ୍ର ନାଥ। ସେ ଅରଡ଼ ବଜାରରୁ ଭୁବନେଶ୍ୱରକୁ ଏହି ବ୍ରାଉନସୁଗାର ନେଇ ଯାଉଥିଲେ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୫,୦୦୦ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

କୃଷ୍ଣଚନ୍ଦ୍ର ନିୟମିତ ବାଲେଶ୍ୱରରୁ ବ୍ରାଉନସୁଗାର କିଣି ଭୁବନେଶ୍ୱରରେ ବିକ୍ରି କରିଥାନ୍ତି। ଆଜି ସେ ବ୍ରାଉନସୁଗାର କିଣି ଟ୍ରେନ୍ ଯୋଗେ ଭୁବନେଶ୍ୱର ଯିବାକୁ ବାହାରୁଥିବା ଅବକାରୀ ବିଭାଗ ପାଖରେ ଖବର ପହଞ୍ଚି ଥିଲା। ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଅଜୟ ବେହେରାଙ୍କ ନେତୃତ୍ୱରେ ଚଡ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା।

Related story