ଆଦର୍ଶ ଚିଟ୍‌ଫଣ୍ଡ ସଂସ୍ଥାର ଏମ୍‌ଡିଙ୍କୁ ୪ ବର୍ଷ ଜେଲ

ଭୁବନେଶ୍ୱର: ଆଦର୍ଶ ଚିଟ୍‌ଫଣ୍ଡ ମାମଲାରେ କମ୍ପାନୀର ଏମ୍‌ଡି ବିଜୟ ରାଉତଙ୍କୁ ୪ ବର୍ଷ ଜେଲ ଓ ୧୫,୦୦୦ ଟଙ୍କା ଜରିମାନା କରାଯାଇଛି। ଏହାଛଡ଼ା କ୍ଷତିପୂରଣ ବାବଦକୁ ୧୨ କୋଟି ଟଙ୍କା ଜାମା କରିବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶ। ପୂର୍ବରୁ ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ୩ ଜଣ ଦୋଷ ସ୍ୱୀକାର କରି ଏବେ ଜେଲ୍‌ ଦଣ୍ଡାଦେଶ ଭୋଗୁଛନ୍ତି। ଏପ୍ରିଲ୍‌ ୬ ତାରିଖରେ କୋର୍ଟ ଏଟିର ମୁଖ୍ୟ ପ୍ରଦୀପ ସେଠୀଙ୍କୁ କୋର୍ଟ ୭ ବର୍ଷ ଜେଲ ଦଣ୍ଡାଦେଶ […]

chit-fund-123

Rakesh Mallick
  • Published: Thursday, 27 April 2017
  • , Updated: 27 April 2017, 08:27 PM IST

ଭୁବନେଶ୍ୱର: ଆଦର୍ଶ ଚିଟ୍‌ଫଣ୍ଡ ମାମଲାରେ କମ୍ପାନୀର ଏମ୍‌ଡି ବିଜୟ ରାଉତଙ୍କୁ ୪ ବର୍ଷ ଜେଲ ଓ ୧୫,୦୦୦ ଟଙ୍କା ଜରିମାନା କରାଯାଇଛି। ଏହାଛଡ଼ା କ୍ଷତିପୂରଣ ବାବଦକୁ ୧୨ କୋଟି ଟଙ୍କା ଜାମା କରିବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶ।

ପୂର୍ବରୁ ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ୩ ଜଣ ଦୋଷ ସ୍ୱୀକାର କରି ଏବେ ଜେଲ୍‌ ଦଣ୍ଡାଦେଶ ଭୋଗୁଛନ୍ତି। ଏପ୍ରିଲ୍‌ ୬ ତାରିଖରେ କୋର୍ଟ ଏଟିର ମୁଖ୍ୟ ପ୍ରଦୀପ ସେଠୀଙ୍କୁ କୋର୍ଟ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ସେହିପରି କଂପାନୀର ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

ଗତ ୨୦ ତାରିଖରେ ଏଟିର ଅନ୍ୟତମ ଅଭିଯୁକ୍ତ ମହମ୍ମ ହନିଫ୍‌ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ହନିଫ୍‌ଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ସହ ୨୫,୦୦୦ ଟଙ୍କା ଜରିମାନା କରିଥିଲେ।

Related story