ମା’ଝିଅଙ୍କ ଅସ୍ୱାଭାବିକ ମୃତ୍ୟୁ; ହତ୍ୟା ଅଭିଯୋଗରେ ସ୍ୱାମୀ ସମେତ ୩ ଅଟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗାଁ ତଳସାହିରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁ କନ୍ୟାର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ସୁମତି ମାଝି। ସୁମତି ଓ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପ ଘର ଲୋକେ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୋଲିସ୍ ସୁମତିଙ୍କ ସ୍ୱାମୀ ରଞ୍ଜନ ମାଝି ସମେତ ୩ ଜଣଙ୍କୁ ଗିରଫ କରିଛି। ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗାଁର ସଦାନନ୍ଦ ବିଶ୍ୱାଳଙ୍କ […]

anguldeath

Rakesh Mallick
  • Published: Friday, 17 February 2017
  • , Updated: 17 February 2017, 09:55 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗାଁ ତଳସାହିରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁ କନ୍ୟାର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ସୁମତି ମାଝି। ସୁମତି ଓ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପ ଘର ଲୋକେ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୋଲିସ୍ ସୁମତିଙ୍କ ସ୍ୱାମୀ ରଞ୍ଜନ ମାଝି ସମେତ ୩ ଜଣଙ୍କୁ ଗିରଫ କରିଛି।

ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗାଁର ସଦାନନ୍ଦ ବିଶ୍ୱାଳଙ୍କ ଝିଅ ସୁମତି ଗତ ୨୦୧୫ରେ ରଞ୍ଜନଙ୍କୁ ବିବାହ କରିଥିଲେ। ସୁମତି ୮ ମାସ ପୂର୍ବେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସୁମତିଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ କନ୍ୟା ସନ୍ତାନ ହେବା ପରେ ତାଙ୍କ ଉପରେ ତାଙ୍କ ଶ୍ୱଶୁର ଘର ଲୋକେ ଅସନ୍ତୋଷ ଥିଲେ। ଏପରିକି ମଝିରେ ମଝିରେ ଏହାକୁ ନେଇ ସୁମତି ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳହ ହେଉଥିଲା। ଗାଁର ଭଦ୍ର ଲୋକଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯାଇଥିଲା। ତେବେ ଗତକାଲି ରାତିରେ ହଠାତ୍ ସୁମତି ଓ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପ ଘର ଲୋକେ ଜାଣିବାକୁ ପାଇଲେ। ଏହା ପରେ ସେମାନେ ଛେଣ୍ଡିପଦାରେ ସୁମତି ଓ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ କରିଥିଲେ।

Related story