ଦୁଇଟି ଚିଟ୍‌ଫଣ୍ଡ୍‌ ସଂସ୍ଥାର ଠକେଇ ନେଇ ଆସିକାରେ ସିବିଆଇ

ଆସିକା: ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଜିଏଲପି ଡେଭଲପର୍ସ ଲିମିଟେଡ୍‌ ନାମକ ଦୁଇଟି ଚିଟ୍‌ଫଣ୍ଡ୍‌ ସଂସ୍ଥାର ଠକେଇ ନେଇ ଆଜି ଗଞ୍ଜାମ ଜିଲ୍ଲାର ଆସିକାରେ ସିବିଆଇର ଏକ ୩ ଜଣିଆ ଟିମ୍‌ ପହଞ୍ଚି ତଦନ୍ତ କରିଛି। ଉଭୟ ସଂସ୍ଥା ଜମାକାରୀଙ୍କୁ ସେମାନଙ୍କ ମ୍ୟାଚୁରିଟି ଅର୍ଥ ପୈଠ କରି ନ ଥିବା ଅଭିଯୋଗ ହୋଇଛି। ସିବିଆଇ ଏସପି ରାଜୀବ ରଞ୍ଜନ ସିଂ, ଆଡିସନାଲ୍‌ ଏସପି ଆର. ଏନ୍‌ ସିହ୍ନାଙ୍କ ସମେତ ୩ ଜଣିଆ ଟିମ୍‌ ଆସିକାରେ […]

cbi

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 04:57 PM IST

ଆସିକା: ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଜିଏଲପି ଡେଭଲପର୍ସ ଲିମିଟେଡ୍‌ ନାମକ ଦୁଇଟି ଚିଟ୍‌ଫଣ୍ଡ୍‌ ସଂସ୍ଥାର ଠକେଇ ନେଇ ଆଜି ଗଞ୍ଜାମ ଜିଲ୍ଲାର ଆସିକାରେ ସିବିଆଇର ଏକ ୩ ଜଣିଆ ଟିମ୍‌ ପହଞ୍ଚି ତଦନ୍ତ କରିଛି। ଉଭୟ ସଂସ୍ଥା ଜମାକାରୀଙ୍କୁ ସେମାନଙ୍କ ମ୍ୟାଚୁରିଟି ଅର୍ଥ ପୈଠ କରି ନ ଥିବା ଅଭିଯୋଗ ହୋଇଛି। ସିବିଆଇ ଏସପି ରାଜୀବ ରଞ୍ଜନ ସିଂ, ଆଡିସନାଲ୍‌ ଏସପି ଆର. ଏନ୍‌ ସିହ୍ନାଙ୍କ ସମେତ ୩ ଜଣିଆ ଟିମ୍‌ ଆସିକାରେ ପହଞ୍ଚି ଜମାକାରୀଙ୍କ କାଗଜପତ୍ର ଯାଞ୍ଚ କରିଛନ୍ତି।

Related story