ଗଣମାଧ୍ୟମକୁ ପ୍ରଦୀପଙ୍କ ବୟାନ ଘଟଣା: ଦୁଇ ପୋଲିସ କର୍ମଚାରୀ ନିଲମ୍ୱିତ

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ କମ୍ପାନୀର ମାଲିକ ପ୍ରଦୀପ ସେଠୀ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ବୟାନ ଦେବା ଅଭିଯୋଗରେ ଦୁଇ ପୋଲିସ୍‌ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି। ଏହି ଦୁଇ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର ଓ ଅନ୍ୟ ଜଣେ କନେଷ୍ଟବଳ ଅଛନ୍ତି। ଜାନୁଆରୀ ୩୦ ତାରିଖରେ ଦୁଇ ପୋଲିସ୍‌ କର୍ମଚାରୀ ପ୍ରଦୀପଙ୍କୁ କୋର୍ଟରେ ହାଜର ପାଇଁ ଆଣିଥିଲେ। ଏହି ସମୟରେ ପ୍ରଦୀପ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ  ସୂଚନା ଦେଇ କହିଥିଲେ,“ବିଜେଡି ସରକାର ଦୁଇ ମନ୍ତ୍ରୀ ମୋଠାରୁ ଆର୍ଥିକ ସହାୟତା […]

pradeep

Rakesh Mallick
  • Published: Thursday, 02 February 2017
  • , Updated: 03 February 2017, 12:17 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ କମ୍ପାନୀର ମାଲିକ ପ୍ରଦୀପ ସେଠୀ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ବୟାନ ଦେବା ଅଭିଯୋଗରେ ଦୁଇ ପୋଲିସ୍‌ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି। ଏହି ଦୁଇ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର ଓ ଅନ୍ୟ ଜଣେ କନେଷ୍ଟବଳ ଅଛନ୍ତି।

ଜାନୁଆରୀ ୩୦ ତାରିଖରେ ଦୁଇ ପୋଲିସ୍‌ କର୍ମଚାରୀ ପ୍ରଦୀପଙ୍କୁ କୋର୍ଟରେ ହାଜର ପାଇଁ ଆଣିଥିଲେ। ଏହି ସମୟରେ ପ୍ରଦୀପ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ  ସୂଚନା ଦେଇ କହିଥିଲେ,“ବିଜେଡି ସରକାର ଦୁଇ ମନ୍ତ୍ରୀ ମୋଠାରୁ ଆର୍ଥିକ ସହାୟତା ନେଇଛନ୍ତି। ସେନେଇ ସିରିଅସ୍‌ ଫ୍ରଡ୍‌ ଇନ୍‌ଭେଷ୍ଟିଗେସନ୍‌ ଅଫିସର(ଏସ୍‌ଏଫ୍‌ଆଇଓ)ଙ୍କ ଆଗରେ କହିବି। ଏହାଛଡ଼ା ଅନ୍ୟ ଯେଉଁମାନେ ମୋଠାରୁ ଟଙ୍କା ନେଇଛନ୍ତି ସେମାନଙ୍କ ମୁଖା ଖୋଲିଦେବି।”

Related story