ଏଟି ଚିଟ୍‌ଫଣ୍ଡ ଠକେଇ: ମଧୁ ମହାନ୍ତିଙ୍କୁ ସର୍ତ୍ତମୂଳକ ଜାମିନ୍‌

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ଖବରକାଗଜ ମାଲିକ ମଧୁ ମହାନ୍ତିଙ୍କୁ ଜାମିନ୍‌ ମିଳିଛି। ହାଇକୋର୍ଟ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୧କୋଟି ୯୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ୨୫ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନ୍‌ଦାରଙ୍କ ବଦଳରେ ମଧୁ ମହାନ୍ତିଙ୍କୁ ଜାମିନ୍‌ ମିଳିଛି। ବ୍ୟାଙ୍କ ଜମା ୪ଟି କିସ୍ତିରେ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ କିସ୍ତି ଏପ୍ରିଲ୍‌ ୩୦ ସୁଦ୍ଧା ଏବଂ ପରବର୍ତ୍ତୀ ୩ଟି କିସ୍ତି […]

Orissa-High

Rakesh Mallick
  • Published: Monday, 24 April 2017
  • , Updated: 24 April 2017, 09:05 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ଖବରକାଗଜ ମାଲିକ ମଧୁ ମହାନ୍ତିଙ୍କୁ ଜାମିନ୍‌ ମିଳିଛି। ହାଇକୋର୍ଟ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୧କୋଟି ୯୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ୨୫ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନ୍‌ଦାରଙ୍କ ବଦଳରେ ମଧୁ ମହାନ୍ତିଙ୍କୁ ଜାମିନ୍‌ ମିଳିଛି। ବ୍ୟାଙ୍କ ଜମା ୪ଟି କିସ୍ତିରେ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ କିସ୍ତି ଏପ୍ରିଲ୍‌ ୩୦ ସୁଦ୍ଧା ଏବଂ ପରବର୍ତ୍ତୀ ୩ଟି କିସ୍ତି ଦୁଇ ମାସ ଲେଖାଏଁ ଅନ୍ତରରେ ପ୍ରଦାନ ଳାଗି ନିର୍ଦ୍ଦେଶ ରହିଛି। ସେହିପରି ପାସ୍‌ପୋର୍ଟ ସରେଣ୍ଡର ସହ ମାମଲା ସାକ୍ଷୀଙ୍କୁ ପ୍ରଭାବିକ ନ କରିବା ଏବଂ ରାଜ୍ୟ ବାହାରକୁ ଯିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ସର୍ତ୍ତରେ ରହିଛି। ଆସନ୍ତା ମାସ ପର୍ଯ୍ୟନ୍ତ ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ତାଙ୍କ ନିକଟରେ ହାଜର ହେବାକୁ କୋର୍ଟ ସର୍ତ୍ତ ରଖିଛନ୍ତି। ଏଟି ଠକେଇ ମାମଲାରେ ମଧୁ ମହାନ୍ତି କମ୍ପାନୀଠାରୁ ୧ କୋଟି ୯୪ ହଜାର ଟଙ୍କା ନେଇଥିବା ଅଭିଯୋଗ ରହିଛି।

Related story