ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ମୋରଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ  ଜିଲ୍ଲା ମୋରଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ପୋଥାଳଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଦେଢ଼ ବର୍ଷ ହେବ ତାଙ୍କ ନାଁରେ ଅଭିଯୋଗ ଥିଲା। ବୁଧବାର ବାରିପଦା ଭିଜିଲାନ୍ସ ବିଭାଗ ଏକ କାଳୀନ  ୪ଟି ସ୍ଥାନରେ ଏହି ଚଢ଼ାଉ କରିଛି। ରବୀନ୍ଦ୍ରଙ୍କ ବଡ଼ ଭାଇଙ୍କ ଉଦଳା  ସ୍ଥିତ ବାସଭବନରୁ  ଭିଜିଲାନ୍ସ  ବିଭିନ୍ନ କାଗଜପତ୍ର ଜବତ  କରିବା ସହ ବିଭିନ୍ନ ବ୍ୟାଙ୍କର ପାସବୁକ୍ ଜବତ କରିଛି। ବାରିପଦା ଭିଜିଲାନ୍ସ ଡିଏସପି ସଞ୍ଜୟ ଦାସ ମହାପାତ୍ରଙ୍କ ନେତୃତ୍ୱରେ  ଏହି ଚଢ଼ାଉ କରାଯାଇଛି।