ବଲାଙ୍ଗିରରେ ଟଙ୍କା ଗାଏବ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଏଟିଏମ୍‌ରେ ଟଙ୍କା ଗାଏବ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ କୋଲକାତାରୁ ଗିରଫ କରି ଓଡ଼ିଶା ଆଣିଛି। ସେ ହେଉଛନ୍ତି ଏଟିଏମ୍‌ରେ ଟଙ୍କା ଭରୁଥିବା କମ୍ପାନୀର ଟେକ୍ନିକାଲ କର୍ମଚାରୀ ସୁନୀଲ ସାହୁ। ପୋଲିସ୍‌ ତାଙ୍କଠାରୁ ୨୬ ଲକ୍ଷ ୪୬,୭୦୦ ଟଙ୍କା ଓ ୧୦ଟି ଏଟିଏମ୍‌ କାର୍ଡ଼ ଜବତ କରିଛି। ନଭେମ୍ୱର ୬ ତାରିଖରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଏଟିଏମ୍‌ରୁ ୮୦ ଲକ୍ଷ ଟଙ୍କା ଉଭାନ ହୋଇଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ […]

balagiri police

Rakesh Mallick
  • Published: Saturday, 28 January 2017
  • , Updated: 28 January 2017, 05:18 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଏଟିଏମ୍‌ରେ ଟଙ୍କା ଗାଏବ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ କୋଲକାତାରୁ ଗିରଫ କରି ଓଡ଼ିଶା ଆଣିଛି। ସେ ହେଉଛନ୍ତି ଏଟିଏମ୍‌ରେ ଟଙ୍କା ଭରୁଥିବା କମ୍ପାନୀର ଟେକ୍ନିକାଲ କର୍ମଚାରୀ ସୁନୀଲ ସାହୁ। ପୋଲିସ୍‌ ତାଙ୍କଠାରୁ ୨୬ ଲକ୍ଷ ୪୬,୭୦୦ ଟଙ୍କା ଓ ୧୦ଟି ଏଟିଏମ୍‌ କାର୍ଡ଼ ଜବତ କରିଛି।

ନଭେମ୍ୱର ୬ ତାରିଖରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଏଟିଏମ୍‌ରୁ ୮୦ ଲକ୍ଷ ଟଙ୍କା ଉଭାନ ହୋଇଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ୍‌ ଏଟିଏମ୍‌ରେ ଟଙ୍କା ଭରୁଥିବା ସିଏମ୍‌ଏସ୍‌ କମ୍ପାନୀର କର୍ମଚାରୀ ଟିକେଶ୍ୱର ପ୍ରଧାନକୁ ଗିରଫ କରିଥିଲା। ଟିକେଶ୍ୱରର ବୟାନ ଆଧାରରେ ମୁଖ୍ୟ ଅଭିଯୁକ୍ତ ସୁନୀଲକୁ ପୋଲିସ୍‌ କୋଲକାତାରୁ ଗିରଫ କରିଥିଲା। ଏହା ପୂର୍ବରୁ ସୁନୀଲର ଶାଳକ ଉମେଶ କୁମାର ପ୍ରଧାନକୁ ମଧ୍ୟ ପୋଲିସ ଗିରଫ କରିଥିଲା।

ଗତ ନଭେମ୍ୱର ୫ ତାରିଖରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଏଟିଏମ୍‌ରେ ଭରିବା ପାଇଁ ସିଏମ୍‌ଏସ୍‌ କମ୍ପାନୀକୁ  ୧ କୋଟି ୨୮ ଲକ୍ଷ ଟଙ୍କା ଦିଆଯାଇଥିଲା। କିନ୍ତୁ ୬ ତାରିଖରେ ଉକ୍ତ ଟଙ୍କାରୁ ୮୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଥିଲା।

ବଲାଙ୍ଗିର ଏସ୍‌ପି ଆଶିଷ ସିଂ କହିଛନ୍ତି,“ଲୁଟ୍‌ ହୋଇଥିବା ଟଙ୍କା ଗୁଡ଼ିକ ପୁରୁଣା ୧୦୦୦ ଓ ୫୦୦୦ ଟଙ୍କିଆ ନୋଟ୍‌। ଏହି ଟଙ୍କା କୋଲକାତାର ଜଣେ ଦଲାଲ ମାଧ୍ୟମରେ ବଦଳ କରାଯାଉଥିବା ଜଣାପଡ଼ିଛି। ତେବେ ଏହି ଟଙ୍କା ଗାଏବରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡ଼ିବ।”

Related story