ବଲାଙ୍ଗିର: ମିଠା ଓ କସ୍‌ମେଟିକ୍‌ ପ୍ୟାକେଟ୍‌ ଜବତ କଲା ପୋଲିସ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁଲେକେଲା ପଞ୍ଚାୟତରୁ ପୋଲିସ୍‌ ମିଠା ଓ କସ୍‌ମେଟିକ୍‌ ପ୍ୟାକେଟ୍‌ ଜବତ କରିଛି। ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ବଣ୍ଟାଯିବା ଉଦ୍ଦେଶ୍ୟରେ ଏହି ସବୁ ସାମଗ୍ରୀ ଯାଉଥିବା ଅଭିଯୋଗ ହୋଉଛି। ଏନେଇ ବେଲପଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି କେତେକ ଯୁବକ ବାଇକ୍‌ରେ ମିଠା ପ୍ୟାକେଟ, ପାଉଡର ଓ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ଭର୍ତ୍ତି ପ୍ୟାକେଟ ନେଇ ଯାଉଥିବା ବେଳେ […]

bolangre police arrest

Rakesh Mallick
  • Published: Saturday, 11 February 2017
  • , Updated: 11 February 2017, 04:21 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁଲେକେଲା ପଞ୍ଚାୟତରୁ ପୋଲିସ୍‌ ମିଠା ଓ କସ୍‌ମେଟିକ୍‌ ପ୍ୟାକେଟ୍‌ ଜବତ କରିଛି। ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ବଣ୍ଟାଯିବା ଉଦ୍ଦେଶ୍ୟରେ ଏହି ସବୁ ସାମଗ୍ରୀ ଯାଉଥିବା ଅଭିଯୋଗ ହୋଉଛି। ଏନେଇ ବେଲପଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି କେତେକ ଯୁବକ ବାଇକ୍‌ରେ ମିଠା ପ୍ୟାକେଟ, ପାଉଡର ଓ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ଭର୍ତ୍ତି ପ୍ୟାକେଟ ନେଇ ଯାଉଥିବା ବେଳେ ଗାଁ ଲୋକେ ସନ୍ଦେହରେ ସେମାନଙ୍କୁ ଅଟକାଇ ପଚାରିଥିଲେ। ମାତ୍ର ସେମାନେ ଗାଁ ଲୋକଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଉକ୍ତ ସାମଗ୍ରୀ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଚାଲି ଯାଇଥିଲେ। ପରେ ଗାଁ ଲୋକେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୩୦୦ଟି ପ୍ୟାକେଟ ଜବତ କରିଥିଲା। ପ୍ୟାକେଟ୍‌ରେ ୨୫୦ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ରହିଥିଲା। ଏହାଛଡ଼ା ସେଠାରୁ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ପୁସିଂ କାର୍ଡ଼ ପୋଲିସ ଜବତ କରି ତନାଘନା ଆରମ୍ଭ କରିଛି।

Related story